ପୁଣି ଏମରଜେନ୍ସିଂ ଲ୍ୟାଣ୍ଡ କଲା ବିମାନ
ବିଶାଖାପାଟଣା-ଦିଲ୍ଲୀ ଇଣ୍ଡିଗା ବିମାନର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏମରଜେନ୍ସିଂ ଲ୍ୟାଣ୍ଡିଂ ହୋଇଛି । ବିମାନ ଇଞ୍ଜିନ୍ ଫେଲ୍ ମାରିଥିବା ଆଶଙ୍କା ପରେ ଜରୁରୀ ଅବତରଣ କରାଯାଇଛି । ବିମାନ ସୁରକ୍ଷିତ ଅବତରଣ କରିଥିବା ସୂଚନା ମିଳିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।
ଜରୁରୀକାଳୀନ ପ୍ରୋଟୋକଲ ଅନୁସରଣ କରି, ଇଣ୍ଡିଗୋ ବିମାନଟି ସକାଳ ୧୦ଟା୫୪ରେ ଆଇଜିଆଇ ବିମାନବନ୍ଦର ରନୱେ ୨୮ରେ ସୁରକ୍ଷିତ ଭାବରେ ଅବତରଣ କରିଛି । ସୂଚନା ଅନୁଯାୟୀ, ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏକ କଲ୍ କରାଯାଇଥିଲା । ସମସ୍ତ ଏଜେନ୍ସିଂକୁ ସତର୍କ କରାଯାଇଥିଲା । ବିମାନରେ ମୋଟ୍ ୧୬୧ ଯାତ୍ରୀ ଥିଲେ । ଅବତରଣ ପରେ ସେମାନେ ସୁରକ୍ଷିତ ଅଛନ୍ତି ।
ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ପାଇଁ ଏକ ବଡ଼ ଅଘଟଣ ଟଳିଯାଇଛି । ଦିଲ୍ଲୀ ପୁଲିସ୍ କହିଛି, ସକାଳ ପ୍ରାୟ ୧୦ଟା ୫୩ରେ ଅଗ୍ନିଶମ ବାହିନୀକୁ ଏକ ଫୋନ କଲ ଆସିଥିଲା । ବିଶାଖାପାଟନାରୁ ଦିଲ୍ଲୀ ଆସୁଥିବା ବିମାନ ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ସୁରକ୍ଷିତ ଏମରେଜେନ୍ସିଂ ଲ୍ୟାଣ୍ଡିଂ କରିଛି । ଇଣ୍ଡିଗୋ କର୍ତ୍ତୃପକ୍ଷ ଏବେ ଇଞ୍ଜିନ ବଫଳତାର କାରଣ ସମ୍ପର୍କରେ ବିସ୍ତୃତ ତଦନ୍ତ କରୁଛନ୍ତି ।
Powered by Froala Editor