ଯୁବକଙ୍କ ଟାୱାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ, ୩ ଘଣ୍ଟା ଚେଷ୍ଟା ପରେ ଉଦ୍ଧାର
ମାଲକାନଗିରି : ପ୍ରେମିକା ପାଇଁ ଟାୱାର ଉପରେ ଚଢିଗଲେ ଯୁବକ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରିରେ। ପଡ଼ିଆ ଥାନା ଅନ୍ତର୍ଗତ ସିଙ୍ଗରାଜକୋଣ୍ଡା ଗାଁର ମୋବାଇଲ ଟାୱାରରେ ଯୁବକ ଚଢିଯାଇଥିଲେ। ଯୁବକ ଜଣକ ହେଲେ ୩୦ ବର୍ଷୀୟ ଆଡ଼ମା ମାଡ଼କାମ। ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗ ନାକେଦମ୍ ହୋଇଛି।
ଦୀର୍ଘ ୩ ଘଣ୍ଟା ଚେଷ୍ଟା କରିବା ପରେ ଅଗ୍ନିଶମ କର୍ମଚାରୀ ଯୁବକଙ୍କୁ ଉଦ୍ଧାର କରିଛନ୍ତି।
Powered by Froala Editor