ଘରର ଛାତକୁ ସବୁବେଳେ ରଖନ୍ତୁ ସଫାସୁତୁରା
ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ଛାତ ଉପରେ କିଛି ଜିନିଷ ରଖିବା ବର୍ଜିତ। କାହିଁକି ନା ଏହାଦ୍ୱାରା ବାସ୍ତୁଦୋଷ ଲାଗିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଅନାବଶ୍ୟକ ସାମଗ୍ରୀ ରଖିବା ଦ୍ୱାରା ଘରେ ନକାରାତ୍ମକ ପ୍ରଭାବ ବଢ଼ିଥାଏ। ଏହାଦ୍ୱାରା ଘରର ଅନ୍ୟ ସଦସ୍ୟଙ୍କ ପ୍ରଭାବ ପଡ଼ିଥାଏ। ଏଥିପାଇଁ ଘରର ଛାତ ଉପରକୁ ସବୁବେଳେ ସଫାସୁତୁରା ରଖିବା ଆବଶ୍ୟକ…
ଭାଙ୍ଗିଯାଇଥିବା ବାସନ
ଘରର ଛାତ ଉପରେ ଭଙ୍ଗା ବାସନ ରଖିବା ଦ୍ୱାରା ଅଶୁଭ ମନାଯାଏ। ଏହାଦ୍ୱାରା ଘରେ ନକାରାତ୍ମକ ଶକ୍ତିର ପ୍ରବେଶ ଘଟେ।
ପୁରୁଣା ଜୋତା
ଘରର ଛାତ ଉପରେ ପୁରୁଣା ଜୋତା ରଖିବା ଦ୍ୱାରା ଅଶୁଭ ହୋଇଥାଏ। ପୁରୁଣା ଜୋତା ରଖିବା ଦ୍ୱାରା ଘରର ସଦସ୍ୟଙ୍କ ପ୍ରଗତି ଏବଂ ସଫଳତାରେ ବାଧା ଦେଖିବାକୁ ମିଳିଥାଏ।
କଣ୍ଟାଗଛ
ଛାତ ଉପରେ କଣ୍ଟା ଜାତୀୟ ଗଛ ରଖିବା ଅଶୁଭ। ଏହାକୁ ରଖିବା ଦ୍ୱାରା ଘର ସଦସ୍ୟଙ୍କ ସମ୍ପର୍କରେ ତିକ୍ତତା ଦେଖିବାକୁ ମିଳିଥାଏ।
Powered by Froala Editor