ଧର୍ମ ପରିବର୍ତ୍ତନ କଲେ କରିପାରିବନି ଏହି ଅଭିଯୋଗ
ଧର୍ମ ପରିବର୍ତ୍ତନକୁ ନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏକ ବଡ଼ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଅନୁଯାୟୀ, ଯଦି ଜଣେ ଦଳିତ ବ୍ୟକ୍ତି ହିନ୍ଦୁ, ଶିଖ୍ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ କୌଣସି ଧର୍ମ ଯେପରିକି ଖ୍ରୀଷ୍ଟିଆନ ଓ ଇସଲାମ ଗ୍ରହଣ କରନ୍ତି, ତେବେ ସେ ନିଜର ଅନୁସୂଚିତ ଜାତିର ମାନ୍ୟତା ହରାଇବେ । ଏହାସହ ସେ ଅତ୍ୟାଚାର ନିବାରଣ ଆଇନର କୌଣସି ସୁବିଧା ପାଇପାରିବେ ନାହିଁ ।
ଆନ୍ଧ୍ରପ୍ରଦେଶର ଜଣେ ପାଦ୍ରୀ ଚିନ୍ଥଦା ଆନନ୍ଦଙ୍କ ଆବେଦନ ଉପରେ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ପାଦ୍ରୀ ଆନନ୍ଦ ଅଭିଯୋଗ କରିଥିଲେ ଯେ ତାଙ୍କୁ ଜାତିଗତ ଗାଳିଗୁଲଜ କରାଯାଇଛି ଏବଂ ସେ ଏସସ୍ି/ଏସ୍ଟି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଥିଲେ । ଆନ୍ଧ୍ରପ୍ରଦେଶ ହାଇକୋର୍ଟ ପୂର୍ବରୁ ଏହାକୁ ରଦ୍ଦ କରି କହିଥିଲେ ଯେ, ଆନନ୍ଦ ଜଣେ ପାଦ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ପ୍ରାର୍ଥନା କରାଉଛନ୍ତି । ତେଣୁ ସେ ଆଉ ଏସ୍ସି କିମ୍ବା ଏସ୍ଟି ବର୍ଗର ନୁହଁନ୍ତି । ସୁପ୍ରିମକୋର୍ଟ ହାଇକାର୍ଟଙ୍କ ନିଷ୍ପତ୍ତିକୁ ବଜାୟ ରଖିଛନ୍ତି ।
କୋର୍ଟ କହିଛନ୍ତି ଯେ ଆନନ୍ଦ ଦଶନ୍ଧିରୁ ଅଧିକ ସମୟ ଧରି ଖ୍ରୀଷ୍ଟିଆନ ଧର୍ମ ପାଳନ କରୁଥିବାରୁ ତାଙ୍କ ପାଖରେ ଥିବା 'ଜାତି ପ୍ରମାଣପତ୍ର' ଆଉ ବୈଧ ରହିବ ନାହିଁ । ଏହି ଫୈସଲା ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ, ଯଦି କେହି ସୁବିଧା ପାଇବା ଆଶାରେ ପ୍ରମାଣପତ୍ର ରଖି ଧର୍ମ ପରିବର୍ତ୍ତନ କରୁଛନ୍ତି, ତେବେ ଆଇନଗତ ଭାବେ ସେମାନେ ଅସୁବିଧାରେ ପଡ଼ିପାରନ୍ତି ।
ଜଷ୍ଟିସ୍ ପି.କେ. ମିଶ୍ର ଏବଂ ଜଷ୍ଟିସ୍ ଏନ୍.ଭି. ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଐତିହାସିକ ଶୁଣାଣି କରି କହିଛନ୍ତି । କେବଳ ହିନ୍ଦୁ, ଶିଖ୍ କିମ୍ବା ବୌଦ୍ଧ ଧର୍ମାବଲମ୍ବୀମାନେ ହିଁ ଅନୁସୂଚିତ ଜାତିର ସଦସ୍ୟ ହୋଇପାରିବେ । ଯେଉଁ ବ୍ୟକ୍ତି ଇଚ୍ଛାକୃତ ଭାବେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିସାରିଛନ୍ତି, ସେମାନେ ସଂରକ୍ଷଣ କିମ୍ବା ସୁରକ୍ଷା ଦାବି କରିପାରିବେ ନାହିଁ ।
Powered by Froala Editor