ସୁନା୬,୭୦୦ ଟଙ୍କା କମିଲା
ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ହ୍ରାସ ହୋଇଛି । ସୋମବାର, ୨୩ ରିପୋର୍ଟ ଲେଖାଯିବା ସମୟରେ, ସୁନା ଫ୍ୟୁଚର୍ସ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ପ୍ରାୟ ୬,୭୦୬ ହ୍ରାସ ପାଉଥିଲା।
MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ ଖୋଲିଥିଲା। ପୂର୍ବ MCX ରେ ସୁନା ୧,୪୪,୪୯୨ ରେ କାରବାର ବନ୍ଦ ହୋଇଥିଲା। ସକାଳ ପ୍ରାୟ ୯ଟା୪୫ ସମୟରେ, ସୁନା ଫ୍ୟୁଚର୍ସ ୧୩୭,୭୮୬ ରେ କାରବାର ହେଉଥିଲା । ଯଦି ଦେଖିବା ୪.୬୪ ପ୍ରତିଶତ ହ୍ରାସ ପାଇଥିଲା। ପ୍ରାରମ୍ଭିକ ବ୍ୟବସାୟରେ ସୁନା ଫ୍ୟୁଚର୍ସ ୧୪୦,୧୫୮ର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା।
ରୂପା ୨୧୪,୦୭୮(ପ୍ରତି କିଲୋଗ୍ରାମ) ରେ କାରବାର ହେଉଥିଲା । ଅର୍ଥାତ୍ ପ୍ରାୟ ୧୨,୭୦୦ ହ୍ରାସ ପାଇଛି। ରୂପା ବ୍ୟବସାୟ ଦିନ ୨୧୭,୭୦୨ରେ ଖୋଲିଥିଲା। ଦିନର ବାଣିଜ୍ୟ ଅଧିବେଶନ ସମୟରେ, ରୂପାର ଇଣ୍ଟରଡେ ସର୍ବୋଚ୍ଚ ମୂଲ୍ୟ ୨୧୭,୭୦୨ଥିଲା।
ଯଦି ଭୁବନେଶ୍ବରରେ ସୁନା ରୂପା ଦର କଥା ଦେଖିବା ତାହେଲେ ୨୨ କ୍ୟାରେଟ୍ ସୁନାର ଦାମ୍ ୧୨୮୩୫୦ ରହିଛି । ଏକାଥରେ ୫୪୫୦ ଟଙ୍କା ହ୍ରାସ ପାଇଛି । ସେହିପରି ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୪୦୦୨୦ ରହିଛି । ୫୯୫୦ ଟଙ୍କା ଖସିଛି କ୍ୟାରେଟ୍ ସୁନାର ଦାମ୍ । ରୂପାର ମୂଲ୍ୟ କେଜି ପିଛା ୨୩୦୦୦୦ ରହିଛି ।
Powered by Froala Editor