Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, March 21, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସମୁଦ୍ର ଶଯ୍ୟାରେ ବିଛାଯାଇଥିବା ଇଣ୍ଟରନେଟ ...

  • ଗ୍ରୀସର ବନ୍ଦର ଆଡକୁ ଅଗ୍ରସର ହେଉଛି ...

  • ଆକ୍ରମଣ ଦ୍ବାରା ଇରାନ ଆମକୁ ଯୁଦ୍ଧରେ ...

  • ‘ପଖାଳ’ ହେଉଛି ଓଡ଼ିଆଙ୍କ ସହ ଜଡ଼ିତ ...

  • ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ...

  • କଞ୍ଚାମାଲ ଅଭାବ ଯୋଗୁଁ ଔଷଧ ଉପରେ ପ୍ରଭାବ

  • ଅନିଲ ଅମ୍ବାନୀଙ୍କୁ ଦୁଇ ଦିନ ଜେରା

  • ଦୁଇ ଦିନରେ ଦୁଇ ଘରୁ ଚୋରି

  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

  • ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ...

ରାଜ୍ୟ
Home ›› ରାଜ୍ୟ ››ଗିନିଜ ୱାର୍ଲ୍ଡ ରେକର୍ଡ ହାସଲ କଲା ୧୧୭୪ କିଲୋଗ୍ରାମର ପଖାଳ

ଗିନିଜ ୱାର୍ଲ୍ଡ ରେକର୍ଡ ହାସଲ କଲା ୧୧୭୪ କିଲୋଗ୍ରାମର ପଖାଳ

2026-03-21 06:20:35
14020
Share:
Facebook
Twitter
E-Mail
WhatsApp
Telegram
ଗିନିଜ ୱାର୍ଲ୍ଡ ରେକର୍ଡ ହାସଲ କଲା ୧୧୭୪ କିଲୋଗ୍ରାମର ପଖାଳ

ଭୁବନେଶ୍ବର : ପଖାଳ କେବଳ ଏକ ଆହାର ନୁହେଁ, ବରଂ ଏହା ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ପଖାଳ ଦିବସର ମୂଳ ଲକ୍ଷ୍ୟ ହେଉଛି ଓଡ଼ିଆ ଖାଦ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା। ଆଜିକାଲିର ପାଶ୍ଚାତ୍ୟ ଖାଦ୍ୟ ସଂସ୍କୃତି ଭିତରେ ଆମର ଏହି ପାରମ୍ପରିକ ଖାଦ୍ୟ ଯେପରି ହଜି ନଯାଏ, ସେଥିପାଇଁ ଏହି ଦିବସଟି ସମସ୍ତ ଓଡ଼ିଆଙ୍କୁ ଏକଜୁଟ କରିବାର ପ୍ରୟାସ କରିଥାଏ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାର ପ୍ରମୁଖ ଗ୍ରୀଷ୍ମକାଳୀନ ଖାଦ୍ୟ ‘ପଖାଳ’ର ଲୋକପ୍ରିୟତାକୁ ଆହୁରି ବଢ଼ାଇବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ପାନ୍ଥନିବାସରେ ରାଜ୍ୟସ୍ତରୀୟ ‘ପଖାଳ ପରବ’ ହୋଇଯାଇଛି। କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୮୫୦ କିଲୋଗ୍ରାମ ଚାଉଳରେ ପ୍ରସ୍ତୁତ ୧୧୭୪ କିଲୋଗ୍ରାମର ପଖାଳ ସମସ୍ତଙ୍କୁ ଆକର୍ଷିତ କରିଥିଲା ଓ ଏହା ଗିନିଜ ୱାର୍ଲ୍ଡ ରେକର୍ଡ ହାସଲ କରିଛି।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜ ପିଲାଦିନ ସହିତ ପଖାଳର ସମ୍ପର୍କ କଥା କହି ଭାବବିହ୍ବଳ ହୋଇ ପଡ଼ିଥିଲେ। ସେ କହିଲେ, ପଖାଳ କେବଳ ଗରିବର ଖାଦ୍ୟ ନୁହେଁ; ବରଂ ଏହା ମହାପ୍ରଭୁ ଜଗନ୍ନାଥଙ୍କର ମଧ୍ୟ ପ୍ରିୟ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ‘ଟଙ୍କ ତୋରାଣି’ ଏବଂ ପଖାଳ ଭୋଗ ଲାଗି ହୋଇଥାଏ। ପଖାଳର ସବୁଠାରୁ ବଡ଼ ଗୁଣ ହେଉଛି ଏହା ‘ଜିରୋ ୱେଷ୍ଟ’ ଖାଦ୍ୟ। ଏହାସହିତ ବିଶ୍ବ ପଖାଳ ଦିବସ ଆଜି ଆଉ କେବଳ ଓଡ଼ିଶାରେ ପାଳନ କରାଯାଉନାହିଁ। ଏହା ଏବେ ଏକ ବିଶ୍ୱସ୍ତରୀୟ ଉତ୍ସବ ପାଲଟିଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଇଣ୍ଡୋନେସିଆ, ମାଲେସିଆ, ବାହାରିନ, ସିଙ୍ଗାପୁର ସମେତ ୧୫ଟି ରାଜ୍ୟରୁ ଆଭାସି ମାଧ୍ୟମରେ ଯୋଡି ହୋଇଥିବା ପ୍ରବାସୀ ଓଡ଼ିଆମାନଙ୍କ ସହ କଥା ହୋଇଥିଲେ। ବିଶ୍ବ ଓ ରାଷ୍ଟ୍ରୀୟସ୍ତରରେ ଓଡ଼ିଆ ଖାଦ୍ୟର ପ୍ରଚାର ପ୍ରସାର କରୁଥିବା ସେଫଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।  କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ନବ ନିର୍ବାଚିତ ରାଜ୍ୟସଭା ସାଂସଦ ମନମୋହନ ସାମଲ, ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ସାମିଲ ହୋଇଥିଲେ।

Powered by Froala Editor

Tags Guinness world record

Related articles Odisha News Lens 4.1

  • ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପସଚିବ ନିଯୁକ୍ତ ହେଲେ ରବି ମିତ୍ତଲ
    ଦେଶ-ଦେଶାନ୍ତର

    ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପସଚିବ ନିଯୁକ୍ତ ହେଲେ ରବି ମିତ୍ତଲ

    15125
    Mar 20, 2026
  • ସମୁଦ୍ର ଶଯ୍ୟାରେ ବିଛାଯାଇଥିବା ଇଣ୍ଟରନେଟ କେବୁଲକୁ କାଟିବାକୁ ଚିନ୍ତା କରୁଛି ଇରାନ
    ଦେଶ-ଦେଶାନ୍ତର

    ସମୁଦ୍ର ଶଯ୍ୟାରେ ବିଛାଯାଇଥିବା ଇଣ୍ଟରନେଟ କେବୁଲକୁ କାଟିବାକୁ ଚିନ୍ତା କରୁଛି ଇରାନ

    14188
    Mar 20, 2026
  • ଦୁଇ ଦିନରେ ଦୁଇ ଘରୁ ଚୋରି
    ଜିଲ୍ଲା ପରିକ୍ରମା

    ଦୁଇ ଦିନରେ ଦୁଇ ଘରୁ ଚୋରି

    13891
    Mar 20, 2026
  • ଗ୍ରୀସର ବନ୍ଦର ଆଡକୁ ଅଗ୍ରସର ହେଉଛି ଆମେରିକାର ବିମାନବାହୀ ଜାହାଜ
    ଦେଶ-ଦେଶାନ୍ତର

    ଗ୍ରୀସର ବନ୍ଦର ଆଡକୁ ଅଗ୍ରସର ହେଉଛି ଆମେରିକାର ବିମାନବାହୀ ଜାହାଜ

    15286
    Mar 20, 2026
  • ଅନିଲ ଅମ୍ବାନୀଙ୍କୁ ଦୁଇ ଦିନ ଜେରା
    ଦେଶ-ଦେଶାନ୍ତର

    ଅନିଲ ଅମ୍ବାନୀଙ୍କୁ ଦୁଇ ଦିନ ଜେରା

    15343
    Mar 20, 2026
  • କଞ୍ଚାମାଲ ଅଭାବ ଯୋଗୁଁ ଔଷଧ ଉପରେ ପ୍ରଭାବ
    ଦେଶ-ଦେଶାନ୍ତର

    କଞ୍ଚାମାଲ ଅଭାବ ଯୋଗୁଁ ଔଷଧ ଉପରେ ପ୍ରଭାବ

    13963
    Mar 20, 2026
  •  ‘ପଖାଳ’ ହେଉଛି ଓଡ଼ିଆଙ୍କ ସହ ଜଡ଼ିତ ଭାବପ୍ରବଣତା
    ବିଶେଷ

    ‘ପଖାଳ’ ହେଉଛି ଓଡ଼ିଆଙ୍କ ସହ ଜଡ଼ିତ ଭାବପ୍ରବଣତା

    14579
    Mar 20, 2026
  • ଆକ୍ରମଣ ଦ୍ବାରା ଇରାନ ଆମକୁ ଯୁଦ୍ଧରେ ସାମିଲ ହେବାକୁ ଉସ୍‌କାଉଛି: ସାଉଦି ଆରବ
    ଦେଶ-ଦେଶାନ୍ତର

    ଆକ୍ରମଣ ଦ୍ବାରା ଇରାନ ଆମକୁ ଯୁଦ୍ଧରେ ସାମିଲ ହେବାକୁ ଉସ୍‌କାଉଛି: ସାଉଦି ଆରବ

    14589
    Mar 20, 2026
  • ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ହୋଇଯାଆନ୍ତି ବରବାଦ
    ବିଶେଷ

    ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ହୋଇଯାଆନ୍ତି ବରବାଦ

    15291
    Mar 19, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସମୁଦ୍ର ଶଯ୍ୟାରେ ବିଛାଯାଇଥିବା ଇଣ୍ଟରନେଟ କେବୁଲକୁ କାଟିବାକୁ ଚିନ୍ତା କରୁଛି ଇରାନ

    14188
    Mar 20, 2026
  • ଜିଲ୍ଲା ପରିକ୍ରମା

    ଦୁଇ ଦିନରେ ଦୁଇ ଘରୁ ଚୋରି

    13891
    Mar 20, 2026
  • ଦେଶ-ଦେଶାନ୍ତର

    ଅନିଲ ଅମ୍ବାନୀଙ୍କୁ ଦୁଇ ଦିନ ଜେରା

    15343
    Mar 20, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17380
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17444
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17791
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16264
    Apr 03, 2021

ବିଶେଷ

  • ‘ପଖାଳ’ ହେଉଛି ଓଡ଼ିଆଙ୍କ ସହ ଜଡ଼ିତ ଭାବପ୍ରବଣତା

    14579
    Mar 20, 2026
  • ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ହୋଇଯାଆନ୍ତି ବରବାଦ

    15291
    Mar 19, 2026
  • ଗୋଟେ ଗ୍ଲାସ କମଳା ରସ ସହିତ ଆରମ୍ଭ କରନ୍ତୁ ସକାଳ

    15387
    Mar 18, 2026
  • ରାତ୍ରୀ ଭୋଜନରେ ଖାଆନ୍ତୁ ଏହି ଖାଦ୍ୟ, କମିବ ପେଟ

    14151
    Mar 17, 2026
  • ନିୟମିତ କ୍ଷୀର ପିଇଲେ ଦନ୍ତକ୍ଷୟଜନିତ ସମସ୍ୟା ହେବ ଦୂର

    14049
    Mar 15, 2026

ବାଣିଜ୍ୟ

୨୭୮୦ ଟଙ୍କା ଶସ୍ତା ହେଲା ସୁନା

ମଧ୍ୟପ୍ରାଚ୍ୟ ଯୁଦ୍ଧ ଘନଘଟାରେ ଶସ୍ତା ହୋଇଛି ସୁନା-ରୂପା । ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ୧୦ଗ୍ରାମ ପ୍ରତି ୨୭୮୦ ଟଙ୍କା କିମି ୧ ଲକ୍ଷ ୫୪ ହଜାର ୬୪୦ ଟଙ୍କା ହୋଇଛି । ଅନ୍ୟପଟେ ରୂପା ଦର ମଧ୍ୟ କମିଛି । ଭୁବନେଶ୍ୱରରେ ରୁପା ମୂଲ୍ୟ କିଲୋ ପ୍ରତି ୧୦ ହଜାର ଟଙ୍କା କମି ୨ ଲକ୍ଷ ୬୫ ହଜାର ଟଙ୍କା ରହିଛି । ବୁଧବ ...

  • ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

    14258
    Mar 05, 2026
  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15694
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15155
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    15001
    Feb 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଅନିଲ ଅମ୍ବାନୀଙ୍କୁ ଦୁଇ ଦିନ ଜେରା

    15343
    Mar 20, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13516
    Mar 20, 2026
  • ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ହୋଇଯାଆନ୍ତି ବରବାଦ

    15291
    Mar 19, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In