ବିଏମସି ପକ୍ଷରୁ ପୁଣି ପେଡ କ୍ୱାରେଣ୍ଟାଇନ ବ୍ୟବସ୍ଥା ଆରମ୍ଭ
ଭୁବନେଶ୍ୱର: ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ନିୟନ୍ତ୍ରଣରେ ଥିବା ଭୁବନେଶ୍ୱର ଏବେ ଅଣାୟତ୍ତ ହେବାରେ ଲାଗିଛି । ଏପ୍ରିଲ ପହିଲାରୁ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗୁଛି । ଭୁବନେଶ୍ୱର ଏକରକମ ରେଡ ଜୋନକୁ ଆସିଯାଇଛି ।
ତେବେ ଏହାରି ଭିତରେ ଏକ ବଡ଼ ଖବର ଆସିଛି । ତାହା ହେଲା ରାଜଧାନୀରେ ବିଏମସି ପକ୍ଷରୁ ପୁଣି ପେଡ କ୍ୱାରେଣ୍ଟାଇନ ବ୍ୟବସ୍ଥା ଆରମ୍ଭ ରାଯାଇଛି । ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ରାଜଧାନୀର ୩ଟି ସ୍ଥାନରେ ବିଏମସି ପକ୍ଷରୁ ଗେଷ୍ଟ ହାଉସ ବ୍ୟବସ୍ଥା କରାଯାଇଛି । ପଟିଆ, ଘାଟିକିଆ ଓ ଗଜପତି ନଗରରେ ଏହି ପେଡ କ୍ୱାରେଣ୍ଟାଇନ ବ୍ୟବସ୍ଥା କରାଯାଇଛି । ୩ଟି ଗେଷ୍ଟ ହାଉସରେ ଟଙ୍କା ଦେଇ କରୋନା ଆକ୍ରାନ୍ତ କ୍ୱାରେଣ୍ଟାଇନରେ ରହିପାରିବେ ।