ବନ୍ଧୁତାର ହାତ : ଦୁଇ ଏଲ୍ପିଜି ଟ୍ୟାଙ୍କରକୁ ସୁରକ୍ଷିତ ଛାଡ଼ିଲା ଇରାନ
ରନ୍ଧନ ଗ୍ୟାସର ଅଭାବକୁ ନେଇ ଚିନ୍ତା ବଢ଼ୁଛି । ତେବେ ଇତିମଧ୍ୟରେ ଇରାନ ଭାରତକୁ ବନ୍ଧୁତାର ହାତ ବଢ଼ାଇଛି । ହାର୍ମୁଜ ଷ୍ଟ୍ରେଟ୍ରେ ଫସି ରହିଥିବା ଭାରତର ଦୁଇଟି ଏଲ୍ପିଜି ଟ୍ୟାଙ୍କରକୁ ସୁରକ୍ଷିତ ଭାବେ ବାହାରିବାକୁ ଇରାନ ଅନୁମତି ଦେଇଛି । ଭାରତରେ ଅବସ୍ଥାପିତ ଇରାନର ରାଷ୍ଟ୍ରଦୂତ ମହମ୍ମଦ ଫତହାଲି ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ଆଗାମୀ ୨-୩ ଘଣ୍ଟା ମଧ୍ୟରେ ଭାରତ ପାଇଁ ଭଲ ଖବର ଆସିବ ।
ସୂଚନାଯାଗ୍ୟ, ହାର୍ମୁଜ ଷ୍ଟ୍ରେଟ ହେଉଛି ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ । ବିଶ୍ୱର ମୋଟ ତୈଳ ଏବଂ ଗ୍ୟାସ ରପ୍ତାନିର ଏକ ବଡ଼ ଭାଗ ଏହି ପତଳା ଜଳପଥ ଦେଇ ଯାଇଥାଏ । ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ କାରଣରୁ ଏହି ରୁଟ୍ରେ ଜାହାଜ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା, ଯାହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିଛି । ଇରାନର ଏହି ସହଯୋଗ ଭାରତର ଶକ୍ତି ସୁରକ୍ଷା ପାଇଁ ଏକ ବଡ଼ ବିଜୟ ବୋଲି କୁହାଯାଉଛି ।
ରାଷ୍ଟ୍ରଦୂତ ଫତହାଲି ଭାରତକୁ ଇରାନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର କହିଛନ୍ତି । ସେ କହିଛନ୍ତ ଯେ, ଭାରତ ଓ ଇରାନ ହେଉଛନ୍ତି ପୁରାତନ ବନ୍ଧୁ ଏବଂ ଏହି ଅଞ୍ଚଳରେ ଉଭୟ ଦେଶର ସମର୍ଥନ ସମାନ । କଷ୍ଟ ସମୟରେ ଏବଂ ଯୁଦ୍ଧ ପରବର୍ତ୍ତୀ ପରିସ୍ଥିତିରେ ଭାରତ ସରକାର ଇରାନକୁ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ କରିଛନ୍ତି । ତେଣୁ ସୁରକ୍ଷିତ ଜଳପଥ ଯୋଗାଇଦେବା ଆମର କର୍ତ୍ତବ୍ୟ ।
ବର୍ତ୍ତମାନ ଭାରତର ବିଭିନ୍ନ ଅଞ୍ଚଳରେ ଏଲପିଜି ସିଲିଣ୍ଡର ପାଇଁ ଲୋକଙ୍କ ମଧ୍ୟରେ ହାହାକାର ଦେଖିବାକୁ ମିଳିଛି । ଗ୍ୟାସ ଏଜେନ୍ସିଗୁଡ଼ିକ ସମ୍ମୁଖରେ ଶତାଧିକ ଲାକ ଧାଡ଼ି ବାନ୍ଧି ଛିଡ଼ା ହାଇଥିବା ବେଳେ ଇରାନର ଏହି ପଦକ୍ଷେପ ଦ୍?ାରା ଦେଶକୁ ଗ୍ୟାସ ଯାଗାଣ ସ୍ବାଭାବିକ ହେବ ବାଲି ଆଶା କରାଯାଉଛି ।
Powered by Froala Editor