‘ଜୀବନ୍ୟାସ’ ପୁରସ୍କୃତ
କ୍ଷୁଦ୍ର ଚଳଚ୍ଚିତ୍ର ‘ଜୀବନ୍ୟାସ’କୁ କୋଲକାତାଠାରେ ଅନୁଷ୍ଠିତ ଷଷ୍ଠ ଇଣ୍ଡିଆନ୍ ଇଣ୍ଟରନ୍ୟାସନାଲ ଷ୍ଟାର ଫିଲ୍ମ ଫେଷ୍ଟାଭାଲ ଆଓ୍ବାର୍ଡ ଉତ୍ସବରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି । ବିଶ୍ବରୂପ ସିନେମାଟିକ୍ ବ୍ୟାନରରେ ନିର୍ମିତ ଚଳଚ୍ଚିତ୍ର ‘ଜୀବନ୍ୟାସ’ର କାହାଣୀ ରାସ୍ତା କଡ଼ରେ ବସିଥିବା ଏକ ଦୁର୍ଘଟଣାଗ୍ରସ୍ତ ଭିକାରୀର ଅକୁହା ଅଜଣା କଥା । ସମସାମୟିକ କଥାବସ୍ତୁ ଉପରେ ଆଧାରିତ ରହିଛି ଏହାର ମୂଳ ପୃଷ୍ଠଭୂମି । ରାସ୍ତାରେ ପଡ଼ିଥିବା ଏକ ପଥର ସହ ଅଦ୍ଭୁତ ସମ୍ପର୍କକୁ ନେଇ କାହାଣୀଟି।
ଖୁବଶୀଘ୍ର ଦର୍ଶକଙ୍କ ପାଇଁ ଚଳଚ୍ଚିତ୍ରର ପ୍ରଦର୍ଶନ କରାଯିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ଏହି ଫିଲ୍ମରେ ଅଭିନୟ କରିଛନ୍ତି ପ୍ରଭଞ୍ଜନ ମିଶ୍ର, ସମିତା ମହାନ୍ତି, ସୁଶୀଲ ମିଶ୍ର, ଭାସ୍ବତୀ ବଶୁ, ଦିଲ୍ଲୀପ ଦାସ, ପ୍ରଦାନ୍ନ ସେଠୀ, ସୁଶ୍ରୀ ରଥ, ପ୍ରିନ୍ସ, ମୁନା, ରାଜେଶ ଏବଂ ପ୍ରେମଙ୍କ ସହ ଆହୁରି ଅନେକ କଳାକାର। ଚିତ୍ରଗ୍ରହଣ କରିଛନ୍ତି ସୁଶାନ୍ତ ବାହିନୀପତି । ସମ୍ପାଦନା କରିଛନ୍ତି ମାନସ ରଞ୍ଜନ ପାତ୍ର ।
Powered by Froala Editor