ଇଣ୍ଡୋନେସିଆରେ ଡେଲଟା ଭାରିଏଣ୍ଟର ଭୟଙ୍କର ପ୍ରଭାବ, ସପ୍ତାହରେ ମଲେଣି ୧୦୦ ପିଲା

କରୋନା ଭାଇରସ୍ର ତୃତୀୟ ଲହର ଶିଶୁମାନଙ୍କ ପାଇଁ ବେଶି ବିପଦ ବୋଲି ଆଗରୁ ସତର୍କ କରାଯାଇଥିଲା । ଅଭିଭାବକମାନେ ମଧ୍ୟ ନିଜ ଶିଶୁଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ୍ ଯତ୍ନବାନ ଅଛନ୍ତି । କିନ୍ତୁ ଇଣ୍ଡୋନେସିଆରେ ଯେଉଁଭଳି ଭାବରେ କୋଭିଡ ପିଲାଙ୍କ ଉପରେ ପ୍ରଭାବ ପକାଇଚି ତାହା ଚିନ୍ତାର କାରଣ ପାଲଟିଛି । କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ଏଯାବତ ୮୦୦ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ରିର୍ପୋଟ ରହିଛି ।
ଡେଲଟା ଭାରିଏଣ୍ଟ ଗତ ମାସେ ମଧ୍ୟରେ ପ୍ରତି ସପ୍ତାହରେ ୧୦୦ରୁ ଅଧିକ ପିଲାଙ୍କ ଜୀବନ ନେଇଥିବା ଜଣାପଡ଼ିଛି । ମୃତ୍ୟୁ ହୋଇଥିବା ପିଲାଙ୍କ ମଧ୍ୟରେ ୫ବର୍ଷରୁ କମ୍ ବୟସ୍କ ପିଲାମାନେ ମଧ୍ୟ ରହିଛନ୍ତି । ଗତ ଶୁକ୍ରବାର ଇଣ୍ଡୋନେସିଆରୁ କରୋନାର ୫୦ ହଜାର କେସ୍ ସାମ୍ନାକୁ ଆସିଥିବାବେଳେ ୧୫୬୬ ଜଣଙ୍କ ମୃତ୍ୟୁ ହୋଇଛି । ତାମଧ୍ୟରେ ଶିଶୁଙ୍କ ଜୀବନହାନୀ ସରକାରଙ୍କ ଚିନ୍ତା ବଢାଇଛି ।
Powered by Froala Editor