୬ଟି ପରିବାରର ୧୨ ବଖରା ପୋଡି ପାଉଁଶ
ବାସୁଦେବପୁର: ବାସୁଦେବପୁର ବ୍ଲକ ବିନାୟକପୁର ପଞ୍ଚାୟତ ଵାଗଦା ବିନାୟକପୁର ବେହେରାସାହିରେ ଅଘଟଣ। ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୬ଟି ପରିବାରର ୧୨ ବଖରା ଘର ଜଳିଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ନିଆଁ ଲାଗି ଚାଳ ଛପର ଘର ସମେତ ସମସ୍ତ ଆସବାବପତ୍ର, ସୁନା, ରୁପା ଅଳଙ୍କାର ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପାଉଁଶ ହୋଇଛି।
ଗତକାଲି ରାତିରେ ସମସ୍ତ ପରିବାର ଶୋଇଥିବାବେଳେ ହଠାତ୍ କୌଣସି କାରଣ ବଶତଃ ନିଆଁ ଲାଗିଯାଇଥିଲା। ଏତିକିବେଳେ ସେହି ରାସ୍ତା ଦେଇ ଫେରୁଥିବା ବରଯାତ୍ରୀ ଦଳ ନିଆଁ ଲାଗିଥିବା ଦେଖି ଡ଼ାକ ପକାଇଥିଲେ। ଖବର ପାଇ ଅଗ୍ନଶମବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲା।
Powered by Froala Editor