ବିଜେଡିର କ୍ରସ ଭୋଟିଂ ହେବାର ସମ୍ଭାବନା ନାହିଁ: ଅଶ୍ଵିନୀ ପାତ୍ର
ଭୁୁବନେଶ୍ଵର:ବିଜେଡିର କ୍ରସ ଭୋଟିଂ ହେବାର ସମ୍ଭାବନା ନାହିଁ। ଏନେଇ ସୂଚନା ଦେଇଛନ୍ତି ବିଜେଡି ବିଧାୟକ ଅଶ୍ଵିନୀ ପାତ୍ର। ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵର ନ ଛାଡିବାକୁ ନିର୍ଦେଶ ରହିଛି। ମୌଖିକ ଭାବରେ ଦଳର ମୁଖ୍ୟ ସଚେତକ ଆମକୁ କହିଛନ୍ତି।
ଗତକାଲି ରାଜ୍ୟସଭା ନିର୍ବାଚନ ପାଇଁ ହୁଇପ୍ ଜାରି କରିଥିଲା ବିଜେଡି। ମାର୍ଚ୍ଚ ୧୬ ଯାଏ ଭୁବନେଶ୍ବର ନ ଛାଡିବାକୁ ବିଧାୟକଙ୍କୁ ନିର୍ଦେଶ ଦିଆଯାଇଛି। ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବାକୁ ନିର୍ଦେଶ ଦିଆଯାଇଛି। ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଇସ୍ତଫା ପରଠାରୁ ବିଜେଡି ରାଜନୀତିରେ ହଲଚଲ ବଢ଼ିଯାଇଛି । ରାଜ୍ୟସଭାରେ କ୍ରସ ଭୋଟିଂ ଓ ଭୋଟ ନାକଚ ଭୟ ବିଜେଡିକୁ ରହିଛି । ଏପରିକି ବିଧାୟକ ଭୋଟ ଦେବାକୁ ନ ଆସିବା ଚିନ୍ତା ମଧ୍ୟ ଘାରିଛି। ସେଥିପାଇଁ ବିଧାୟକଙ୍କ ଉପରେ ଦଳ କଡ଼ା ନଜର ରଖିଛି ।
Powered by Froala Editor