ଆଇନଜୀବୀଙ୍କ ଘର ଉପରକୁ ବୋମାମାଡ, ଦୁଇ ଆହତ
ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀରାମ ନଗର ଶାନ୍ତିମାର୍ଗରେ ଥିବା ଜଣେ ଆଇନଜୀବୀଙ୍କ ଘର ଉପରକୁ ବୋମାମାଡ ହୋଇଛି । କିଛି ଯୁବକ ହାତରେ ଖଣ୍ଡା ଧରି ସେଠାରେ ଆତଙ୍କ ଖେଳାଇବା ସହ ବୋମାମାଡ କରି ଫେରାର ହୋଇଯାଇଛନ୍ତି । ଗତକାଲି ରାତି ସାଢ଼େ ୧୦ଟା ବେଳେ ୪ ରୁ ୫ ଜଣ ଯୁବକ ସାହିରେ ପହଞ୍ଚି ଖଣ୍ଡା ଧରି ଆଇନଜୀବୀଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା କୁହାଯାଇଛି । ବୋମାମାଡ଼ରେ ଆଇନଜୀବୀଙ୍କ ପତ୍ନୀ ଓ ଜଣେ ଯୁବକ ଆହତ ହୋଇଛନ୍ତି । ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
Powered by Froala Editor