ବିଏମସି ପକ୍ଷରୁ ” ସମ୍ପୂର୍ଣ୍ଣା ” ମହିଳା ଗଣଦୌଡ ଉଦଘାଟିତ
ଭୁବନେଶ୍ବର: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ସାରା ବିଶ୍ବରେ ଏହାକୁ ବଡ ଧୂମଧାମ ସହକାରେ ପାଳନ କରାଯାଉଛି। ଚଳିତ ବର୍ଷ ଦୁଇଟି ଭିନ୍ନ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ‘ଥିମ୍’ ଚୟନ କରାଯାଇଛି । ବିଶ୍ୱର ବିଭିନ୍ନ ସଂସ୍ଥା ଓ ଜାତିସଂଘ ନିଜ ନିଜର ଲକ୍ଷ୍ୟ ଅନୁଯାୟୀ ଏହି ଦିବସକୁ ପାଳନ କରୁଛନ୍ତି । ମୁଖ୍ୟ ଅଭିଯାନ ଭାବରେ ଥିମ୍ ରହିଛି ‘ଗିଭ୍ ଟୁ ଗେନ୍’ ଅର୍ଥାତ୍ ‘ଉନ୍ନତି ପାଇଁ ସହଯୋଗ କରନ୍ତୁ’ । ମହିଳାମାନଙ୍କୁ କେବଳ ସାହାଯ୍ୟ କରିବା ନୁହେଁ, ବରଂ ସେମାନଙ୍କ ଉପରେ ନିବେଶ କରିବା ଏହାର ଉଦ୍ଦେଶ୍ୟ ରହିଛି ।
ମହିଳାଙ୍କୁ ସହଯୋଗ କରିବା ଅର୍ଥ ହେଉଛି ସମାଜର ମୂଳଦୁଆକୁ ମଜବୁତ କରିବା । ଏହି ଅବସରରେ ଆଜି ବିଏମସି ପକ୍ଷରୁ ” ସମ୍ପୂର୍ଣ୍ଣା ” ମହିଳା ଗଣଦୌଡ ମାଷ୍ଟର କ୍ୟାଣ୍ଟିନ୍ ଠାରେ ଉଦଘାଟିତ ହୋଇଛି। ଅନ୍ୟପଟେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟର ସମସ୍ତ ମାତୃଶକ୍ତିଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
Powered by Froala Editor