ତେଲ ସରିଯିବା ଗୁଜବ ନେଇ ପ୍ରତିକ୍ରିୟା ରଖିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ
ଭୁବନେଶ୍ଵର : ତେଲ ସରିଯିବା ଗୁଜବ ପରେ ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପରେ କାଲି ରାତିରୁ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ତେବେ ଏହାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସେ କହିଛନ୍ତି ଯଥେଷ୍ଟ ତେଲ ମହଜୁଦ୍ ଅଛି। ବିଭ୍ରାନ୍ତିକର ତଥ୍ୟ ଉପରେ ବିଶ୍ଵାସ କରନ୍ତୁ ନାହିଁ। କେବଳ ସରକାରୀ ତଥ୍ୟ ଉପରେ ବିଶ୍ଵାସ କରନ୍ତୁ। କଳାବଜାରୀ ଉପରେ ନଜର ରଖନ୍ତୁ। ଦରକାର ପଡିଲେ ଆକ୍ସନ ନେବୁ।
Powered by Froala Editor