ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ରେଞ୍ଜର ସାରୁମୁଳା ଭଦ୍ରାଶୁଳ ଗାଁରେ ଅଘଟଣ । ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ଭଦ୍ରାଶୁଳ ଗାଁର ୩୫ ବର୍ଷୀୟ ଯୁବକ ରଘୁ ମାର୍ଣ୍ଡି ବୋଲି ଜଣାପଡିଛି । ଆଜି ଭୋର ସମୟରେ ସେ ଶୌଚ ପାଇଁ ଘର ପଛ ବାଡିକୁ ଯାଇଥିଲେ। ଏତିକିବେଳେ ଏକ ଦନ୍ତାହାତୀ ତାଙ୍କୁ ଆକ୍ରମଣ କରିଥିଲା। ଖବର ପାଇ ଫୋରେଷ୍ଟର ମାଳତୀଲତା ସିଂ ଏବଂ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛନ୍ତି।
Powered by Froala Editor