ଟ୍ରକ- ଟ୍ରକ ଧକ୍କା , ୨ ଗୁରୁତର
ଜଳେଶ୍ବର: ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ତାରିଣୀ ଛକରେ ଅଭାବନୀୟ ଘଟଣା ଘଟିଛି। ସିମେଣ୍ଟ ବୋଝେଇ ଟ୍ରକ ଏକ ଡଷ୍ଟ ବୋଝେଇ ଟ୍ରକକୁ ଧକ୍କା ଦେଇଛି। ଦୁର୍ଘଟଣାରେ ଦୁଇଟି ଟ୍ରକର ଡ୍ରାଇଭର ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ବରରୁ ଜଳେଶ୍ବର ଅଭିମୁଖେ ଯାଉଥିବା ଏକ ସିମେଣ୍ଟ ବୋଝେଇ ଟ୍ରକର ଚକା ଫାଟି ଯିବାରୁ ତାରିଣୀ ଛକ ନିକଟରେ ରାସ୍ତା କଡରେ ଛିଡା ହୋଇଥିଲା ।
ଏହି ସମୟରେ ପଛପଟୁ ଆସୁଥିବା ଏକ ଡଷ୍ଟ ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ପଛ ପଟୁ ଜୋରରେ ଧକ୍କା ଦେଇଥିଲା । ଫଳରେ ଟ୍ରକଟି ସଂପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଥିଲା । ଟ୍ରକ ଭିତରେ ଫସିରହିଥିଲେ ଡ୍ରାଇଭର । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।
Powered by Froala Editor