କୂଅରେ ପଡ଼ି ଚାଲିଗଲା ହାତୀ ଛୁଆର ଜୀବନ
କେନ୍ଦୁଝର: ସଦର ରେଞ୍ଜ କାଠବାଉଁଶୁଳି ଗାଁରେ ଅଘଟଣ । କୂଅରେ ପଡ଼ି ଚାଲିଗଲା ହାତୀ ଛୁଆର ଜୀବନ । ଗୁରୁବାର ବିଳମ୍ବିତ ରାତିରେ ସଦର ରେଞ୍ଜ ଅନ୍ତର୍ଗତ କାଠ ବାଉଁଶୁଳି ଗ୍ରାମରେ ଏକ ଖୋଲା କୂଅରେ ପଡ଼ି ଏକ ହାତୀ ଛୁଆର ମୃତ୍ୟୁ ହୋଇଛି ।
ମୃତ ହାତୀଟି ଏକ ୧୦ ଟିକିଆ ଦଳରେ ବୁଲୁ ବୁଲୁ ଜଣେ ଲୋକର ବାଡ଼ି ଭିତରେ ପରିବା ଖାଇବା ପାଇଁ ପଶିଯାଇଥିଲା। ଏହି ସମୟରେ ଏକ କୂଅରେ ପଡ଼ି ଯାଇ ଛୁଆ ହାତୀ ପ୍ରାଣ ହରାଇଥିଲା ।
Powered by Froala Editor