ବିବାହ ବନ୍ଧନରେ ବାନ୍ଧି ହେବେ ଗୁଡ଼ୁ

ଭୁବନେଶ୍ୱର: ଓଲିଉଡ୍ର ହାସ୍ୟ ଅଭିନେତା ଗୁଡୁ ବିବାହ ବନ୍ଧନରେ ବାନ୍ଧି ହେବେ । ସେ ତାଙ୍କ ବାନ୍ଧବୀ ମାମାଙ୍କୁ ଜୀବନ ସାଥୀ କରିବେ । ସୋମବାର ବାହାଘର ହେବ । ଉଭୟ ପରିବାର ସହମତିରେ ଏହି ଶୁଭକାର୍ଯ୍ୟ ଅନୁଷ୍ଠିତ ହେବାକୁ ଯାଉଛି । ତେବେ କରୋନା କଟକଣା ଯୋଗୁଁ ଖୁବ୍ କମ୍ ଅତିଥିଙ୍କୁ ନେଇ ଏହି ଉତ୍ସବ ଆୟୋଜନ ହେବ । ସରକାରଙ୍କ କରୋନା ଗାଇଡ୍ଲାଇନ୍ ପାଳନ କରାଯିବ ବୋଲି ଗୁଡୁ ସୂଚନା ଦେଇଛନ୍ତି । ଯେଉଁମାନେ ବାହାଘରରେ ଯୋଗଦେବେ ସେମାନେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।
ଗୁଡୁ ଓଲିଉଡ୍ରେ ଜଣେ ଚର୍ଚ୍ଚିତ ଚେହେରା । ଓଡ଼ିଆ ଦର୍ଶକଙ୍କ ହୃଦୟରେ ସେ ଦୀର୍ଘ ହେବ ରାଜ୍ କରୁଛନ୍ତି । ଅନେକ ଚଳଚ୍ଚିତ୍ରରେ ସେ ନିଜର କମାଲ୍ ଦେଖାଇ ସାରିଛନ୍ତି । ଦର୍ଶକ ମଧ୍ୟ ତାଙ୍କୁ ଖୁବ୍ ଭଲ ପାଇବା ଦେଇଛନ୍ତି । ଜଣେ ସଫଳ କଳାକାର ଭାବେ ସେ ସାରା ଓଡ଼ିଶାରେ ବେଶ୍ ଜଣାଶୁଣା । ଏବେ ସେ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଥିବାରୁ ଅନେକ ଫ୍ୟାନ୍ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Powered by Froala Editor