ପରଲୋକରେ ବିଶିଷ୍ଟ ଘୋଡ଼ାନାଚ କଳାକାର ଉତ୍ସବ ଚରଣ ଦାସ
ଚୌଦ୍ବାର: ବିଶିଷ୍ଟ ଘୋଡ଼ାନାଚ କଳାକାର ଉତ୍ସବ ଚରଣ ଦାସଙ୍କ ପରଲୋକ ଘଟିଛି। ଅସୁସ୍ଥତା କାରଣରୁ ଚୌଦ୍ବାରର ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। କଳା କ୍ଷେତ୍ରରେ ଅବଦାନ ପାଇଁ ୨୦୨୧ରେ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ। ପାରମ୍ପରିକ ଘୋଡ଼ାନାଚ ଉଜ୍ଜୀବିତ ରଖିବାରେ ଥିଲା ତାଙ୍କ ବିଶିଷ୍ଟ ଅବଦାନ।
ଅଷ୍ଟମ ଶ୍ରେଣୀରେ ପଢିବା ବେଳୁ ଘୋଡାନାଚ ପ୍ରତି ଆକର୍ଷିତ ହୋଇଥିଲେ। ୧୯୬୪ରେ ଦଶମ ପଢିବା ସମୟରେ ସଂଗୀତ କଳା ସଂସଦ ନାମରେ ଏକ ସାଂସ୍କୃତିକ ସଂଗଠନ କରିଥିଲେ। ୧୯୬୫ରେ ଆକାଶବାଣୀର ସ୍ବୀକୃତିପ୍ରାପ୍ତ କଳାକାର ହୋଇଥିଲେ। ସାରା ଭାରତରେ ସେ ଘୋଡା ନାଚକୁ ପହଞ୍ଚାଇ ପାରିଥିଲେ। ୧୯୯୭ ମସିହାରେ ସେ ଓ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ଲାଭ କରିଥିଲେ।
Powered by Froala Editor