ଉଦୟପୁରରେ ପହଞ୍ଚିଲେ ‘ବିରୋଶ’
ସାଉଥ ଇଣ୍ଡଷ୍ଟ୍ରିର ଫେମସ୍ କପଲ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ଉଦୟପୁରରେ ବିବାହ କରିବାକୁ ଯାଉଛନ୍ତି। ଏନେଇ ଏହି ଦମ୍ପତି କୌଣସି ଆନୁଷ୍ଠାନିକ ଘୋଷଣା କରିନଥିଲେ। କିନ୍ତୁ ,ଏବେ ସେମାନେ ନିଜ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ ସେୟାର କରି ସେମାନଙ୍କ ବିବାହକୁ ନିଶ୍ଚିତ କରିଛନ୍ତି।
ବିଜୟଙ୍କ ସହ ବିବାହ କନଫର୍ମ କରିବା ସହ ୱେଡିଂ ଟାଇଟଲ୍ ‘Virosh’ ରଖିଥିବା କହିଛନ୍ତି । ସେୋଟେ ବିବାହ ପାଇଁ ଉଦୟପୁରରେ ପହଞ୍ଚିଛନ୍ତି ରଶ୍ମିକା-ବିଜୟ । ଯାହାର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ବିବାହ କନଫର୍ମ କରିବା ପରଦିନ ଦୁହେଁଙ୍କୁ ହାଇଦ୍ରାବାଦ ବିମାନବନ୍ଦରରେ ଦେଖାଯାଇଥିଲା। ଯଦିଓ ସେମାନେ ଅଲଗା ଏଣ୍ଟ୍ରି କରିଥିଲେ, କିନ୍ତୁ ମୁହଁର ହସ ତାଙ୍କ ଖୁସିକୁ ସ୍ପଷ୍ଟ ଦେଖାଯାଉଥିଲା। ପରେ ଉଦୟପୁର ବିମାନବନ୍ଦରରେ ମଧ୍ୟ ସେମାନଙ୍କୁ ସ୍ପଟ୍ କରାଯାଇଥିଲା, ଯାହାକୁ ନେଇ ସୋସିଆଲ୍ ମିଡିଆରେ ହେଉଥିବା ଚର୍ଚ୍ଚାକୁ ଖୋରାକ୍ ମିଳିଥିଲା ।
ନୋଟରେ ଲେଖିଛନ୍ତି, “ଆମର ପ୍ରିୟ ବନ୍ଧୁମାନେ। ଆମେ କୌଣସି ଯୋଜନା କରିବା ପୂର୍ବରୁ, ନିଜ ପାଇଁ କିଛି ବାଛିବା ପୂର୍ବରୁ – ଆପଣମାନେ ଆମ ସହିତ ଥିଲେ। ଆମକୁ ଏତେ ସୁନ୍ଦର ନାମ ଦେଇଥିଲେ। ଆମକୁ ‘ବିରୋଶ’ ବୋଲି ଡାକିଥିଲେ। ତେଣୁ ଆଜି – ଆମ ସମସ୍ତ ହୃଦୟ ସହିତ, ଆମେ ଆମର ଏହି ମିଳନକୁ ଆପଣଙ୍କ ସମ୍ମାନ ପାଇଁ ଉତ୍ସର୍ଗ କରୁଛୁ। ଆମେ ଏହାକୁ ବିରୋଶ କି ଶାଦୀ ବୋଲି କହିବାକୁ ଚାହୁଁଛୁ। ଆମକୁ ଏତେ ଭଲ ପାଇବା ଦେବା ପାଇଁ ଧନ୍ୟବାଦ। ଆପଣ ସବୁବେଳେ ଆମ ସହିତ ରହିବେ। ବହୁତ ଭଲ ପାଇବା।”
ତେବେ ରଶ୍ମିକା ଏବଂ ବିଜୟ ଗତ ବର୍ଷ ଅକ୍ଟୋବରରେ ହାଇଦ୍ରାବାଦରେ ଗୋପନରେ ନିର୍ବନ୍ଧ କରିଥିଲେ ଏବଂ ଏବେ ଫେବୃଆରୀ ୨୬ରେ ଉଦୟପୁରରେ ବିବାହ କରିବାକୁ ଯାଉଛନ୍ତି।
ଏୟାରପୋର୍ଟରେ ଦୁହେଁଙ୍କ ଷ୍ଟାଇଲିଶ୍ ଲୁକ୍ ମଧ୍ୟ ଆକର୍ଷଣର କେନ୍ଦ୍ର ଥିଲା। ରଶ୍ମିକା ନୀଳ ରଙ୍ଗର ପ୍ୟାଣ୍ଟ-ସୁଟ୍ ସହ ଧଳା ରଙ୍ଗର ଟପ୍ ପିନ୍ଧି ବହୁତ କନ୍ଫିଡେଣ୍ଟ ଓ ଏଲିଗେଣ୍ଟ ଲାଗୁଥିଲେ। ଅନ୍ୟପଟେ ବିଜୟ କଳା ଲେଦର କୋଟ୍, ବ୍ଲାକ୍ ପ୍ୟାଣ୍ଟ ଓ ଧଳା ଶର୍ଟ୍ରେ ଡ୍ୟାଶିଙ୍ଗ୍ ଦେଖାଯାଉଥିଲେ।
Powered by Froala Editor