ସର୍ବଭାରତୀୟ ନିଦାନ ବିଶେଷଜ୍ଞ ଓ ଅଣୁ ବିଜ୍ଞାନୀ ସଂଘର ସଭାପତି ଭାବେ କାର୍ଯ୍ୟଭାର ଗ୍ରହଣ କଲେ ଡା. ଅସରନ୍ତି କର
କଟକ: ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ ନିଦାନ ବିଭାଗ ମୁଖ୍ୟ ପ୍ରଫେସର ଡା. ଅସରନ୍ତି କର ସର୍ବଭାରତୀୟ ନିଦାନ ବିଶେଷଜ୍ଞ ଏବଂ ଅଣୁ ବିଜ୍ଞାନୀ ସଂଘର ସଭାପତିଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଗତ ଡିସେମ୍ବରରେ ଜମ୍ମୁଠାରେ ଅନୁଷ୍ଠିତ ହୋଇଥିବା ସର୍ବଭାରତୀୟ ସମ୍ମିଳନୀରେ ନିର୍ବାଚିତ ହୋଇଥିଲେ। ଏହା ପୂର୍ବରୁ ସେ ସଂଘର ଉପସଭାପତି, ସମ୍ପାଦକ ଏବଂ ଯୁଗ୍ମସମ୍ପାଦକ ଭାବେ କାର୍ଯ୍ୟକରି ସମ୍ମାନିତ ହୋଇଛନ୍ତି। ପ୍ରଫେସର କର ଜଣେ ଆଦର୍ଶ ଡାକ୍ତର ଭାବେ ପ୍ରସିଦ୍ଧି ଲାଭ କରିଥିବା ବେଳେ ସେ ସୁବକ୍ତା, ନୃତ୍ୟଶିଳ୍ପୀ, କଥାକାର ଭାବେ ବେଶ୍ ପରିଚିତ। ଡାକ୍ତରୀ ପାଠ ଓ ନୃତ୍ୟ ପାଇଁ ୟୁଟ୍ୟୁବ୍ରେ ମଧ୍ୟ ସେ ବେଶ୍ ଚର୍ଚ୍ଚିତ। ସେ ପାରାଦ୍ବୀପ ନିବାସୀ ସ୍ବର୍ଗତ କୃଷ୍ଣଚନ୍ଦ୍ର ଦାଶଙ୍କ କନ୍ୟା ତଥା ଡା. ତୁଷାର କରଙ୍କ ପତ୍ନୀ।
Powered by Froala Editor