ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ଜାରି, ୭୪ ଲକ୍ଷରୁ ଅଧିକ ଭୋଟର ପଡିଛନ୍ତି ବାଦ
ନୂଆଦିଲ୍ଲୀ: ଏସଆଇଆର (ସ୍ବତନ୍ତ୍ର ଭୋଟର ତାଲିକା ସମୀକ୍ଷା) କାର୍ଯ୍ୟ ଶେଷ ହେବା ପରେ ନିର୍ବାଚନ କମିସନ (ଇସି)ଙ୍କ ତରଫରୁ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ଜାରି କରାଯାଇଛି। ତଦନୁଯାୟୀ ୭୪ ଲକ୍ଷରୁ ଅଧିକ ଭୋଟର ତାଲିକାରୁ ବାଦ ପଡିଛନ୍ତି। ୨୦୨୫ ଅକ୍ଟୋବର ସୁଦ୍ଧା ତାମିଲନାଡୁରେ ଭୋଟରଙ୍କ ସଂଖ୍ୟା ୬.୪୧ କୋଟି ଥିଲା। ବର୍ତ୍ତମାନ ଏସଆଇଆର ପରେ ଏହି ସଂଖ୍ୟା ୫.୬୭ କୋଟିକୁ ହ୍ରାସ ପାଇଛି ବୋଲି ତାମିଲନାଡୁର ମୁଖ୍ୟ ନିର୍ବାଚନ ଅଧିକାରୀ ଅର୍ଚ୍ଚନା ପଟ୍ଟନାୟକ ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରେ ୨.୭ କୋଟି ପୁରୁଷ, ୨.୮ କୋଟି ମହିଳା ଏବଂ ୭୬୧୭ ତୃତୀୟଲିଙ୍ଗୀ ଭୋଟର ସାମିଲ ଅଛନ୍ତି।
Powered by Froala Editor