ରାଜ୍ୟରେ ବଢିବ ଆମ ବସ୍ ସେବାର କଳେବର
ଭୁବନେଶ୍ୱର: ରାଜ୍ୟରେ ବଢିବ ଆମ ବସ୍ ସେବାର କଳେବର । ଆଉ ୬୦୦ ଇ-ବସ୍ କିଣିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ପିଏମ୍ ଇ-ବସ୍ ସେବା ଯୋଜନାରେ ରାଜ୍ୟକୁ ଆସିବ ଆଉ ୪୦୦ ଇ-ବସ୍ । ଏଥିପାଇଁ ୨୦୨୬-୨୭ ଆର୍ଥିକ ବର୍ଷ ବଜେଟରେ ୪୨୧ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ବଜେଟକୁ ପରିବର୍ତ୍ତନକାରୀ ଏବଂ ଭବିଷ୍ୟତମୁଖୀ ବୋଲି କହି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, “ସହରୀ ଗତିଶୀଳତା ପାଇଁ ୪୨୧ କୋଟି ବ୍ୟୟବରାଦ ଆମ ସରକାରଙ୍କ ଲୋକ-କୈନ୍ଦ୍ରିକ ବିକାଶ ପ୍ରତି ଅଟଳ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ଆମ ବସ୍ ପୂର୍ବରୁ ଓଡ଼ିଶାରେ ସାଧାରଣ ପରିବହନକୁ ପୁନଃପରିଭାଷିତ କରିସାରିଛି, ଏବଂ ଏହି ସମ୍ପ୍ରସାରଣ ଏହାକୁ ପରବର୍ତ୍ତୀ ସ୍ତରକୁ ନେଇଯିବ।
Powered by Froala Editor