ବାରମ୍ବାର ଗୃହରେ ହଟ୍ଟଗୋଳ: ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
ଭୁବନେଶ୍ବର: ଲଗାତାର ଚତୁର୍ଥ ଦିନ ହେବ ଚାଲିପାରୁନି ବିଧାନସଭା । ଗୃହରେ ଚାଷୀ ସମସ୍ୟା ନେଇ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ ଜାରି ରଖିଛନ୍ତି । ଆଜି ମାତ୍ର ୬ମିନିଟ ଗୃହ ଚାଲିବା ପରେ ଆଜି ପ୍ରଶ୍ନକାଳ ମୁଲତବୀ କରିଥିଲେ ବାଚସ୍ପତି ସୁରମା ପାଢୀ । ବିଜେଡି ସଦସ୍ୟମାନେ ହାତରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିବା ବେଳେ କଂଗ୍ରେସ ସଦସ୍ୟମାନେ କଳାପଟି ବାନ୍ଧି ପ୍ରତିବାଦ କରିଛନ୍ତି । ୧୧ଟା ୩୦ପରେ ଗୃହ କାର୍ଯ୍ୟ ଆରମ୍ଭ ହେବାରୁ ସମାନ ପରିସ୍ଥତି ସୃଷ୍ଟି ହୋଇଥିଲା । ଏହା ପରେ ୧୨ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ ବାଚସ୍ପତି । ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁନଃ ହଟ୍ଟଗୋଳ ହେବାରୁ ଗୃହକୁ ୪ଟା ଯାଏଁ ମୁଲତବୀ କରାଯାଇଛି । ବାରମ୍ବାର ଗୃହରେ ହଟ୍ଟଗୋଳ ଯୋଗୁ ଦେଖା ଦେଇଥିବା ଅଚଳାବସ୍ଥା ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୁରମା ପାଢୀ ।
Powered by Froala Editor