ଚାଲାଣ କରୁଥିଲେ ବଜ୍ରକାପ୍ତା କାତି, ଧରାପଡ଼ିଲେ ୨ ଅଭିଯୁକ୍ତ

ମଣିଷ ତାର ଆବଶ୍ୟକତା ପରିପୂରଣ କରିବା ପାଇଁ କୌଣସି ସ୍ତରକୁ ମଧ୍ୟ ଯାଇପାରେ । ବାକ୍ ଶକ୍ତିବିହୀନ ପଶୁପକ୍ଷୀ, ଜୀବଜନ୍ତୁମାନେ ସର୍ବଦା ଏହି ମଣିଷମାନଙ୍କର ଶିକାର ହୋଇଥାନ୍ତି । ଏପରି ଏକ ଘଟଣା ଘଟିଛି ଢେଙ୍କାନାଳରେ । ଢେଙ୍କାନାଳର ବନଖଣ୍ଡ ଅନ୍ତର୍ଗତ କପିଳାସ ଅଭୟାରଣ୍ୟ ବନ୍ୟଜନ୍ତୁଙ୍କ ଶିକାର ଲାଗି ଚରାଭୂଇଁ ପାଲଟିସାରିଛି ।
ଢେଙ୍କାନାଳ ବନଖଣ୍ଡରେ ୱାଇଲଡ଼ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ଜବଲପୁର ଟିମର ଚଢଉ କରି ୧୪ କିଲୋ ୨ଶହ ଗ୍ରାମ ବଜ୍ରକାପ୍ତା କାତି ସହ ଦୁଇଜଣଙ୍କୁ ଗିରଫ କରିଛି । ଗିରଫ କରାଯାଇଥିବା ଦୁଇ ଅଭିଯୁକ୍ତ ହେଉଛନ୍ତି ଢେଙ୍କାନାଳ ସହରର ହାଉସିଂ ବୋର୍ଡ ଅଞ୍ଚଳର ଫିରୋଜ ଖାଁ ଓ ବନମାଳୀ ପ୍ରସାଦ ଅଞ୍ଚଳର ରତ୍ନାକର ରାଉତ । ବଜ୍ରକାପ୍ତା ଶିକାର କରି ବାହାରକୁ ଚାଲାଣ କରାଯାଉଥିବା ସୂଚନା ପାଇବା ପରେ ୱାଇଲଡ଼ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ଜବଲପୁରର ଏକ ଟିମ୍ ସେହିଠାରେ ପହଞ୍ଚି ବନବିଭାଗର ସହାୟତାରେ ଚଢାଉ କରିଥିଲେ । ଅଭିଯୁକ୍ତଙ୍କ ଠାରୁ ଏକ ବାଇକ୍ ଜବତ ହୋଇଛି । ଏମାନେ ବଜ୍ରକାପ୍ତା କାତି ବାହାରକୁ ଚାଲାଣ କରୁଥିଲେ ବୋଲି ସୂଚନା ମିଳିଛି ।
Powered by Froala Editor