ମହାଶିବରାତ୍ରୀରେ ପବିତ୍ର ଗଙ୍ଗାଜଳ ସହ ବୋଲବୋମ୍ ଯାତ୍ରା କଲେ ମୁସଲିମ ଯୁବତୀ
ଲକ୍ଷ୍ନୌ: ମାନସିକ ପୂରଣ ହେବା ପରେ ଉତ୍ତର ପ୍ରଦେଶର ଜଣେ ମୁସଲମାନ ସଂପ୍ରଦାୟର ଜଣେ ମହିଳା ବୁର୍ଖା ପରିଧାନ କରି ପବିତ୍ର ଗଙ୍ଗାଜଳ ସହ ବୋଲବୋମ୍ ଯାତ୍ରା କରୁଥିବାର ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି। ତମନ୍ନା ମାଲିକ ନାମ୍ନୀ ଏହି ଯୁବତୀ ହେଉଛନ୍ତି ଉତ୍ତର ପ୍ରଦେଶର ସମ୍ଭଲ ଜିଲା ନିବାସୀ। ସେ ଅମନ ତ୍ୟାଗୀ ନାମକ ଜଣେ ହିନ୍ଦୁ ଯୁବକଙ୍କୁ ପ୍ରେମ କରୁଥିଲେ। ତେବେ ଭିନ୍ନ ଧର୍ମାବଲମ୍ବୀ ହୋଇଥିବାରୁ ଅମନଙ୍କ ପରିବାର ଏହି ବିବାହକୁ ତୀବ୍ର ବିରୋଧ କରିଥିଲେ। ଅବଶ୍ୟ ପରବର୍ତ୍ତୀ ସମୟରେ ଏହି ବିବାଦର ପରିସମାପ୍ତି ଘଟିଥିଲା ଏବଂ ଅମନଙ୍କ ସହ ବିବାହକୁ ପାରିବାରିକ ସ୍ବୀକୃତି ମଧ୍ୟ ମିଳିଥିଲା। ଏହା ସମ୍ଭବ ହେବାପରେ ତମନ୍ନା ହରିଦ୍ବାରରୁ ଗଙ୍ଗାଜଳ ସଂଗ୍ରହ କରିି ସମ୍ଭଲ ଅଭିମୁଖ୍ୟ ଯାତ୍ରାରମ୍ଭ କରିଥିଲେ।
ମୁସଲମାନ ସଂପ୍ରଦାୟ ମହିଳାଙ୍କ ଏତାଦୃଶ କାର୍ଯ୍ୟକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଉପୁଜିଥିଲା। ତେବେ ପୁଲିସର କଡା ସୁରକ୍ଷା ଯୋଗୁଁ କୌଣସି ଅଘଟଣ ଘଟିନଥିଲା। ସମ୍ଭଲରେ ପ୍ରବେଶ କରିବା ପରେ ବିଭିନ୍ନ ମହଲରୁ ତମନ୍ନାଙ୍କୁ ସ୍ବାଗତ କରାଯାଇଥିଲା। ହରିଦ୍ବାରରୁ ସମ୍ଭଲ ପର୍ଯ୍ୟନ୍ତ ଯାତ୍ରାରେ ତମନ୍ନାଙ୍କ ସହ ସ୍ବାମୀ ଅମନ ନିଜକୁ ସାମିଲ କରିଥିଲେ।
Powered by Froala Editor