ଆଉ ଦୁଇ ଦିନ ପର୍ଯ୍ୟନ୍ତ କୁହୁଡି ହେବା ନେଇ ସତର୍କତା
ଭୁବନେଶ୍ଵର : ରାଜ୍ୟରେ ଆଉ ୨ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି। ଏଥିଲାଗି ପାଣିପାଗ ବିଭାଗ ପକ୍ଷରୁ ୧୭ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେସବୁ ଜିଲ୍ଲା ଗୁଡିକ ହେଉଛି ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କଟକ, ବାଲେଶ୍ବର,ନୟାଗଡ଼, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଳାହାଣ୍ଡି, କୋରାପୁଟ,କନ୍ଧମାଳ, ରାୟଗଡ଼ା, ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲା। ସେପଟେ ଆଜି ସକାଳେ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଟ୍ବିନସିଟିରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଥିଲା। ୫୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ କ୍ଷମତା ଶୂନ ରହିଥିଲା। ତେବେ ପାଣିପାଗ ବିଭାଗ ଆଉ ଦୁଇ ଦିନ ପର୍ଯ୍ୟନ୍ତ କୁହୁଡି ରହିବା ନେଇ ସତର୍କ କରିଛି।
Powered by Froala Editor