ପାକିସ୍ତାନକୁ ୬୧ ରନରେ ହରାଇଲା ସୂର୍ଯ୍ୟକୁମାର ଟିମ୍
ହାଇଭୋଲ୍ଟେଜ ମ୍ୟାଚରେ ପାକିସ୍ତାନକୁ ୬୧ରନରେ ହରାଇଲା ଭାରତ। ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ‘ଟିମ୍ ଇଣ୍ଡିଆ’ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରିଥିଲେ।
ଏହାସହ ଭାରତ ଲଗାତାର ୩ଟି ମ୍ୟାଚ ଜିତି ବିଜୟ ଧାରା ଆଗକୁ ନେଇଛି। ପ୍ରଥମ ଇନିଂସରେ ଭାରତ ଟସ ହାରି ବ୍ୟାଟିଂ କରିଥିଲା। ପ୍ରଥମ ଇନିଂସରେ ଭାରତ ନିର୍ଦ୍ଧାରିତ ୨୦ଓଭର ଖେଳି ୭ୱିକେଟ ହରାଇ ୧୭୫ରନ ସଂଗ୍ରହ କରିଥିଲା। ଜବାବରେ ପାକିସ୍ତାନ ୧୮ ଓଭରରେ ୧୧୪ରନ କରି ସମସ୍ତ ୱିକେଟ ହରାଇଛି। ଭାରତ ପକ୍ଷରୁ ଈଶାନ କିଷାନ ୪୪ବଲ ଖେଳି ସର୍ବାଧିକ ୭୭ରନ ସଂଗ୍ରହ କରିଛନ୍ତି। କିନ୍ତୁ ପାକିସ୍ତାନୀ ବୋଲର ସଇମ ଆୟୁବ ତାଙ୍କୁ ଆଉଟ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ ୩୨ରନ, ତିଳକ ବର୍ମା ୨୫ରନ,ରିଙ୍କୁ ସିଂ ୧୧ରନ ଓ ଶିବମ ଦୁବେ ୧୭ରନ ସଂଗ୍ରହ କରିଛନ୍ତି। ଏହି ବିଜୟ ସହ ଭାରତ ବିଶ୍ୱକପ୍ରେ ପାକିସ୍ତାନ ବିପକ୍ଷରେ ନିଜର ଦବଦବା ବଜାୟ ରଖିବା ସହ ସୁପର-୮ ପର୍ଯ୍ୟାୟ ପାଇଁ ନିଜର ସ୍ଥାନ ପକ୍କା କରିଛି।
ଦଳ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା,ହାର୍ଦିକ ପାଣ୍ଡ୍ୟା ଓ ଅକ୍ସର ପଟେଲ ୨ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି। ପାକିସ୍ତାନ ପକ୍ଷରୁ ଉସମାନ ଖାନ ସର୍ବାଧିକ ୪୪ରନ ଓ ଶଦବ ଖାନ ୧୪ରନ ଏବଂ ସଇମ ଆୟୁବ ୩ଟି ୱିକେଟ ହାସଲ କରିଛନ୍ତି।
Powered by Froala Editor