ସ୍ବାସ୍ଥ୍ୟସେବାଠାରୁ ଶିକ୍ଷା, କୃଷି, ଶାସନ ଏବଂ ଉଦ୍ୟୋଗ କ୍ଷେତ୍ରରେ ରୂପାନ୍ତର ଆଣୁଛି ଏଆଇ
ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬ ଆରମ୍ଭ ହେଉଛି । ଫେବୃଆରୀ ୨୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିବେ। ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ ଅବସରରେ ଏହି ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଏହି ପ୍ରଦର୍ଶନୀରେ ଏଆଇ (କୃତ୍ରିମ ବୁଦ୍ଧିମତ୍ତା)ର କାର୍ଯ୍ୟ ସମ୍ପର୍କରେ ବିଭିନ୍ନ ପ୍ରକଳ୍ପର ପ୍ରଦର୍ଶନ କରାଯିବ। ଏଥିରେ ୧୩ଟି ଦେଶ ଭାଗ ନେଇଛନ୍ତି।
ଏହି ପରିପ୍ରେକ୍ଷୀରେ ମୋଦୀ ପୋଷ୍ଟ୍ କରିଛନ୍ତି ଯେ ଏଆଇ ଉପରେ ଆଲୋଚନା ପାଇଁ ସାରା ବିଶ୍ବ ଆଜିଠାରୁ ଏକାଠି ହେଉଛନ୍ତି। ଦିଲ୍ଲୀର ‘ଭାରତ ମଣ୍ଡପମ୍’ରେ ଭାରତ ଏଆଇ ଇମ୍ପାକ୍ଟ ସମ୍ମିଳନୀ ଆୟୋଜନ କରୁଛି। ବିଶ୍ବର ନେତୃବୃନ୍ଦ, ଶିଳ୍ପଜଗତର ମୁଖ୍ୟ, ଉଦ୍ଭାବକ, ନୀତି ନିର୍ମାତା, ଗବେଷକ ଏବଂ ପ୍ରଯୁକ୍ତିପ୍ରେମୀମାନଙ୍କୁ ସେ ଏଥିପାଇଁ ସ୍ବାଗତ କରିଛନ୍ତି।
ସମ୍ମିଳନୀର ମୁଖ୍ୟ ବିଷୟ ରହିଛି ‘ସର୍ବଜନ ହିତାୟ, ସର୍ବଜନ ସୁଖାୟ’ ବା ସମସ୍ତଙ୍କ ପାଇଁ ସୁଖ ଏବଂ ସମସ୍ତଙ୍କ ପାଇଁ ଖୁସି। ମାନବକୈନ୍ଦ୍ରିକ ପ୍ରଗତି ପାଇଁ କୃତ୍ରିମ ବୁଦ୍ଧିବତ୍ତା(ଏଆଇ)କୁ ବ୍ୟବହାର ପାଇଁ ଆମର ମିଳିତ ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଆଇ ଆଜି ସ୍ବାସ୍ଥ୍ୟସେବାଠାରୁ ଆମର୍ଭ କରି ଶିକ୍ଷା, କୃଷି, ଶାସନ ଏବଂ ଉଦ୍ୟୋଗ ଆଦି କ୍ଷେତ୍ରରେ ରୂପାନ୍ତର ଆଣୁଛି। ଏଆଇ ଇମ୍ପାକ୍ଟ ସମ୍ମିଳନୀ ଏ କ୍ଷେତ୍ରରେ ବିଭିନ୍ନ ଦିଗର ଆଲୋଚନାକୁ ସମୃଦ୍ଧ କରିବ। ସମ୍ମିଳନୀର ଫଳାଫଳ ଭବିଷ୍ୟତକୁ ନୂଆ ଦିଶା ଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଭାରତ ଏଆଇ କ୍ଷେତ୍ରରେ ଆଗରେ ଥିବାରୁ ସେ ଦେଶର ୧୪୦ କୋଟି ଲୋକଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି।
Powered by Froala Editor