ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁ ଚରଣ ଲେଙ୍କାଙ୍କ ଦେହାନ୍ତ
ଭୁବନେଶ୍ବର: ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁ ଚରଣ ଲେଙ୍କାଙ୍କ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିିକିତ୍ସାଧୀନ ଅବସ୍ଥାରେ ୮୬ବର୍ଷ ବୟସରେ ଦେହାନ୍ତ ହୋଇଛି । ପି.ଭି ନରସିଂହ ରାଓଙ୍କ ସରକାରରେ କେନ୍ଦ୍ରରେ ରେଳ ଓ କୃଷି ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ । କାହ୍ନୁ ଚରଣଙ୍କ ଦେହାନ୍ତରେ ରାଜ୍ୟ ରାଜନୀତିରେ ଶୋକର ଛାୟା ଖେଳିଯାଇଛି ।
କାହ୍ନୁଚରଣ ଲେଙ୍କା ୧୯୩୯ମସିହା ମାର୍ଚ୍ଚ ୨ରେ ଜନ୍ମଗ୍ରହଣ କରିଥିଲେ । ରାଜନୀତିରେ ପ୍ରବେଶ କରିବା ପରେ ୧୯୮୮-୯୪ ମସିହା ଯାଏଁ ରାଜ୍ୟସଭା ସାଂସଦ ରହିଥିଲେ । ଏହାପରେ ୧୯୯୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ କଟକ-ଚୌଦ୍ୱାରର ବିଧାୟକ ହୋଇଥିଲେ ।
Powered by Froala Editor