ବଲାଙ୍ଗୀରରେ ଭାରତ ବନ୍ଦର ପ୍ରଭାବ
ବଲାଙ୍ଗୀର : ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ଓ ଶ୍ରମିକ ଓ କର୍ମଚାରୀ ବିରୋଧୀ ୪ଟି ଶ୍ରମ କୋର୍ଡ ରଦ୍ଦ ୨୬ ଦାଫା ଦାବି ପୂରଣ ଦାବିରେ ଟ୍ରେଡ ୟୁନିୟନ ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି ଓ ବିଭିନ୍ନ ଶ୍ରମିକ ସଂଗଠନ, ଚାଷୀ ସଂଗଠନ ଓ କର୍ମଚାରୀ ଫେଡରେସନ ସମୂହଙ୍କ ମିଳିତ ଆହ୍ବାନକ୍ରମେ ଭୋର୍ ୬ଟାରୁ ବଲାଙ୍ଗୀରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ଓ ଆନ୍ଦୋଳନକାରୀ ସକାଳ ୬ଟାରେ ଜିଲ୍ଲା ମୁଖ୍ୟ ଡାକଘର ସମ୍ମୁଖରେ ପିକେଟିଂ ସହ ଭାଗିରଥି ଛକରେ ଟ୍ରକ, ବସ, ଅଟୋ, କାର ଆଦି ଯାନବାହାନ ଅଟକାଇଛନ୍ତି ।
ବନ୍ଦ ପାଳନ ଯୋଗୁଁ ସହରରେ ଅଖ ଚକ ବନ୍ଦ ରହିଛି ଓ ବଲାଙ୍ଗିର ଜିଲ୍ଲାର ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ, ସ୍କୁଲ କଲେଜ, ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିଛି।
Powered by Froala Editor