ଟଙ୍କା ଦାବି କରି ରଣବୀର ସିଂଙ୍କୁ ଧମକ
ଅଭିନେତା ରଣବୀର ସିଂଙ୍କୁ ଧମକ ମିଳିଛି। ଅଭିନେତାଙ୍କୁ କୋଟି କୋଟି ଟଙ୍କା ଦାବି କରି ଏକ ମେସେଜ୍ ମିଳିଛି। ହ୍ବାଟ୍ସଆପ୍ ଭଏସ୍ ନୋଟ୍ରେ ଏଭଳି କିଛି ଧମକ ପାଇବା ପରେ ସେ ମୁମ୍ବାଇ ପୋଲିସକୁ ଜଣାଇଥିଲେ। ଘପୋଲିସ ତୁରନ୍ତ ରଣବୀର ସିଂ ଏବଂ ଦୀପିକା ପାଦ୍ୟୁକୋନ୍ଙ୍କ ଘରର ସୁରକ୍ଷା ବଢ଼ାଇ ଦେଇଛି।
ରଣବୀର ସିଂହ ମୁମ୍ବାଇର ପ୍ରଭାଦବେୀର ବିଉ ମୋଣ୍ଡେ ବି ଟାୱାର ହାଉସିଂ ସୋସାଇଟିରେ ରୁହନ୍ତି। ଧମକପୂର୍ଣ୍ଣ ବାର୍ତ୍ତା ପାଇବା ପରେ ରଣବୀରଙ୍କ ଘର ବାହାରେ ସୁରକ୍ଷା ବୃଦ୍ଧି କରାଯାଇଛି।
ବଲିଉଡ କଳାକାରମାନଙ୍କୁ ଏଭଳି ଧମକପୂର୍ଣ୍ଣ ମେସେଜ ମିଳିବା ନୂଆ କଥା ନୁହେଁ। ସଲମାନ ଖାନଙ୍କୁ ଅନେକ ଥର ଏଭଳି ଧମକ ମିଳିଛି। କାନାଡ଼ାରେ କପିଲ ଶର୍ମାଙ୍କ କାଫେରେ ମଧ୍ୟ ଗୁଳିକାଣ୍ଡ ହୋଇଛି। କିଛିଦିନ ପୂର୍ବରୁ, ଫିଲ୍ମ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଘର ବାହାରେ ଗୁଳିକାଣ୍ଡ ହୋଇଥିଲା।
Powered by Froala Editor