ଗୋଲାପ ଦିବସ
ଆଜିଠାରୁ ଭାଲେଣ୍ଟାଇନ୍ସ ସପ୍ତାହ ଆରମ୍ଭ ହୋଇଛି। ଏହା ଫେବୃଆରୀ ୭ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଏ। ଆଜି ପ୍ରଥମ ଦିନରେ ରୋଜ୍ ଡେ ବା ଗୋଲାପ ଦିବସ ପାଳନ କରାଯାଉଛି। ଏହି ଦିନ ଲୋକମାନେ ସେମାନଙ୍କ ପ୍ରିୟଜନଙ୍କୁ ଗୋଲାପ ଦେଇ ସେମାନଙ୍କର ପ୍ରେମ ଭାବନା ପରିପ୍ରକାଶ କରନ୍ତି। ଏହା ବ୍ୟତୀତ ପ୍ରେମୀ, ନବବିବାହିତ ଦମ୍ପତି ଏବଂ ବିବାହିତ ଦମ୍ପତି ମାନେ ଏହି ବିଶେଷ ଦିନରେ ସେମାନଙ୍କ ଜୀବନସାଥୀଙ୍କୁ ଗୋଲାପ ଦେଇ ସେମାନଙ୍କର ଭାବନା, ପ୍ରେମ ଏବଂ ସମର୍ପଣ ପ୍ରକାଶ କରନ୍ତି। ଆପଣ କ’ଣ ଜାଣନ୍ତି ଯେ, ଗୋଲାପ ଫୁଲ କେବଳ ପ୍ରେମର ପ୍ରତୀକ ନୁହେଁ, ବରଂ ସ୍ୱାସ୍ଥ୍ୟ ପାଇଁ ଏକ ବରଦାନ ଭାବରେ ବିବେଚିତ ହୁଏ।
Powered by Froala Editor