ନିଜ ରିଭଲବଲରୁ ଗୁଳି କରି ଆତ୍ମହତ୍ୟା କଲେ କନେଷ୍ଟବଳ
ନୟାଗଡ଼: ନୟାଗଡ଼ ରିଜର୍ଭ ପୁଲିସ୍ ବ୍ୟାରକରେ ଜଣେ କନେଷ୍ଟବଳ ନିଜ ରିଭଲବଲରୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ମୃତ କନେଷ୍ଟବଳ ୨୭ ବର୍ଷୀୟ ସୁନିଲ ସେଠୀ ବୋଲି ଜଣାପଡ଼ିଛି । ତାଙ୍କ ଘର ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ବେରୁଆବାରି ଗ୍ରାମରେ ବୋଲି ଜଣାପଡ଼ିଛି । ଗତକାଲି ବିଳମ୍ବିତ ରାତିରେ ବାରକ ଛାତ ଉପରେ ନିଜ ରିଭଲବଲରୁ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଆତ୍ମହତ୍ୟାର କାରଣ ଜଣାପଡ଼ିନଥିବାବେଳେ ପାଖରେ ପଡ଼ିଥିବା ମୋବାଇଲ ମୃତ୍ୟୁ ପଛର ରହସ୍ୟ ଖୋଲିପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
Powered by Froala Editor