ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ, ଟ୍ରାକ୍ରୁ ଖସିପଡିଲା ୩ ବଗି
ଯାଜପୁର: ଯାଜପୁର ରୋଡ୍ ଜଖପୁରା ଷ୍ଟେସନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି। ଟ୍ରାକ୍ରୁ ୩ଟି ବଗି ଖସିପଡିଛି। ଉଦ୍ଧାର ପାଇଁ ଭଦ୍ରକରୁ ଗୋଟିଏ ଟିମ୍ ଭଦ୍ରକରୁ ଯାଇଥିବା ଜଣାପଡିଛି। ଟ୍ରେନ୍ରେ ଥିବା କୌଣସି ଯାତ୍ରୀ ମୃତାହତ ହୋଇନଥିବା ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ ସକାଳ ୮ ଟା ୫୦ ମିନିଟରେ ଘଟଣା ଘଟିଛି । ଟ୍ରାକ୍ ଚେଞ୍ଜ କରୁଥିବା ବେଳେ ଗୋଟିଏ ଏସି ବଗି ଓ ଦୁଇଟି ଜେନେରାଲ ବଗି ଲାଇନଚ୍ୟୁତ ହୋଇଯାଇଥିଲା ।
ବର୍ତ୍ତମାନ ତିନୋଟି ବଗିକୁ ପୁଣି ଧାରଣା ଉପରକୁ ଉଠାଇବାକୁ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଯାଜପୁର ରୋଡ ରେଲବାଇ ପୁଲିସ ଉପସ୍ଥିତ ଅଛନ୍ତି।