ଏଣିକି ହ୍ଵାଟସଆପରେ ମିଳିବ ୨୪ ଘଣ୍ଟିଆ ରାଜସ୍ୱ ସେବା
ଭୁବନେଶ୍ଵର : ଏଣିକି ବାରମ୍ଵାର ତହସିଲ ଅଫିସ ଦୌଡ଼ିବେନି ଲୋକେ। ହ୍ଵାଟସଆପରେ ମିଳିବ ରାଜସ୍ୱ ସେବା। ୨୪ ଘଣ୍ଟିଆ ସେବା ଯୋଗାଇ ଦେବ ବିଭାଗ। ହ୍ଵାଟସଆପରେ ଗ୍ରହଣ କରାଯିବ ଜମିଜମା ବାବଦରେ ସବୁ ଅଭିଯୋଗ ଓ ଆବେଦନ। ହ୍ଵାଟସଆପରେ ରାଜସ୍ଵ ମନ୍ତ୍ରୀଙ୍କୁ ସିଧାସଳଖ କରିପାରିବେ ଅଭିଯୋଗ। ଦୁର୍ନୀତି ଅଭିଯୋଗ ଆସିଲେ ବଡ଼ ଆକ୍ସନ। ସୂଚନା ଦେଲେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ।
ଗୁରୁବାର ୫୫ଟି ତହସିଲ ଅଫିସକୁ ରେଜିଷ୍ଟ୍ରି ଅଫିସରେ ରୂପାନ୍ତରିତ କରାଯିବ। ଏହା ସହ ହ୍ଵାଟସଆପ ସେବାକୁ ସ୍ଵତନ୍ତ୍ର କାର୍ୟ୍ୟକ୍ରମ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିବେ। ଏନେଇ ରାଜସ୍ଵ ମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ହ୍ଵାଟସଆପ ମଧ୍ୟମରେ ରାଜସ୍ୱ ବିଭାଗ ୨୪ ଘଣ୍ଟିଆ ସେବା ଯୋଗାଇଦେବ। ଜମିଜମା ବାବଦରେ ସମସ୍ତ ଅଭିଯୋଗ ଓ ଆବେଦନ ଗ୍ରହଣ କରାଯିବ। ସେହିପରି ଜାତି ପ୍ରମାଣପତ୍ର ସହ ରାଜସ୍ୱ ସେବା ଗୁଡିକ ମିଳିବ। ଏହାସହ ସମୟ ସୀମା ମଧ୍ୟରେ ସମସ୍ୟାର ସମାଧାନ କରାଯିବ। ଏହାଦ୍ବାରା ଦୁର୍ନୀତି ବନ୍ଦ ହେବା ସହ ବାରମ୍ବାର ଲୋକଙ୍କୁ ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବ ନାହିଁ।
Powered by Froala Editor