ମେଲୋଡ଼ି କଳାକାରଙ୍କୁ ଅସଦାଚରଣ ସହ ମାଡ଼ ମାରିଲେ ଦୁର୍ବୃତ୍ତ
ଭୁବନେଶ୍ବର: ମେଲୋଡ଼ି ଅନୁଷ୍ଠାନ କଳାକାରଙ୍କୁ ଅସଦାଚରଣ ସହ ମାଡ଼ ଅଭିଯୋଗ । ଥାନାରେ ମାମଲା ପରେ ପୋଲିସର ତନାଘନା ।
ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ତିଗିରିଆ ଥାନା ପାଳପୁଟ ଗାଁରେ । ଘଟଣା ଅନୁସାରେ ନାଚ ସାରି ଫେରୁଥିବା ସମୟରେ ମେଲୋଡି କଳାକାରଙ୍କୁ ରାସ୍ତାରେ କିଛି ଦୁବୃର୍ତ୍ତ ଅଟକାଇଥିଲେ । ରାତିରେ ମେଲୋଡ଼ି ସାରି ଫେରୁଥିବା ବେଳେ ପାଳପୁଟ ଗାଁର କିଛି ଯୁବକ ସେମାନଙ୍କୁ ଅଟକାଇ ଅସଦାଚରଣ କରିବା ସହ ଟଙ୍କା, ସୁନା ଚେନ ଛଡ଼ାଇବା ଅଭିଯୋଗ ହୋଇଛି । ଏହା ସହ ସେମାନଙ୍କୁ ମାଡ଼ ମାରିଥିବା ସେମାନେ ତିଗିରିଆ ଥାନାରେ ଅଭିଯୋଗ କରିଛନ୍ତି।
Powered by Froala Editor