ନବମ ଛାତ୍ରୀକୁ ଗଣବଳାତ୍କାର: ୫ ନାବାଳକ ସହପାଠୀ ଅଟକ
ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଂଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୋଲିସ ନାବାଳିକାଙ୍କ ୫ ନାବାଳକ ସହପାଠୀଙ୍କୁ ଅଟକ ରଖି ତଦନ୍ତ କରୁଛି ।
ଅଭିଯୋଗ ଅନୁଯାୟୀ ସ୍କୁଲରେ ଟ୍ୟୁସନ୍ ସରିବା ପରେ ପୀଡ଼ିତାଙ୍କୁ ତାଙ୍କର ସହପାଠୀମାନେ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହି ଜଘନ୍ୟ କାଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣାଟି ଲୋକଲୋଚନକୁ ଆସିଥିଲା।
ପୀଡ଼ିତାଙ୍କ ସମ୍ପର୍କୀୟମାନେ ବଲାଙ୍ଗିର ଏସପିଙ୍କ ଦ୍ୱାରସ୍ଥ ହେବା ପରେ ପୋଲିସ ତତ୍ପରତା ପ୍ରକାଶ କରି ୫ ଜଣ ନାବାଳକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଭିଡିଓ ଭାଇରାଲ ହେବା ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ଏବଂ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି। ଭିଡିଓ ଭାଇରାଲ୍ ପରେ ଘଟଣାକୁ ଗୁରୁତର ସହ ଗ୍ରହଣ କରାଯାଇଥିବା କହିଛନ୍ତି ବଲାଙ୍ଗୀର ଏସ୍ପି ଅବିଳାଷ ଜୀ ।
Powered by Froala Editor