ସହରରୁ ବୁଲା ଷଣ୍ଢ ଓ ଗାଈଗୋରୁଙ୍କୁ ପିକ୍ଅପରେ ଉଠାଇ ନେଲେ ଦୁର୍ବୃତ୍ତ
ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରିରେ ବିଳମ୍ବିତ ରାତିରେ ଏକ ଗ୍ୟାଙ୍ଗ ସହରରୁ ବୁଲା ଷଣ୍ଢ ଓ ଗାଈଗୋରୁଙ୍କୁ ପିକ୍ଅପରେ ଉଠାଇ ନେବା ଘଟଣା ଅଞ୍ଚଳରେ ଆଲୋଡ଼ନ ଖେଳିଦେଇଛି । ଏହି ଘଟଣା ସ୍ଥାନୀୟ ପୁଲିସ ପାଇଁ ମଧ୍ୟ ଏକପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି କରିଛି । ରବିବାର ରାତି ପ୍ରାୟ ୧ଟା ୪୦ମିନିଟ ସମୟରେ ଗୋଟିଏ ବାଇକ୍ରେ ୨ଜଣ ଦୁର୍ବୃତ୍ତ ପହଞ୍ଚି ପଘାରେ ଷଣ୍ଢଙ୍କୁ ଫାଶ ପକାଇ ପିକ୍ଅପରେ ଭର୍ତ୍ତି କରୁଥିଲେ । ପିକ୍ଅପ ଭିତରେ ମଧ୍ୟ ଏହି ଗ୍ୟାଙ୍ଗରେ ୫/୭ଜଣ ଦୁର୍ବୃତ୍ତ ଖଣ୍ଡା ଭୁଜାଲି ଧରି ଗୋରୁଙ୍କୁ ଟେକି ନେବା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।
Powered by Froala Editor