ମହଙ୍ଗା ହେଲା ସିଗାରେଟ, ତମ୍ବାକୁ ଓ ମଦ
ନୂଆଦିଲ୍ଲୀ: ମହଙ୍ଗା ହେଲା ସିଗାରେଟ, ତମ୍ବାକୁ , ମଦ । ବଜେଟରେ ଏନେଇ ଘୋଷଣା କରାଯାଇଛି । ତେବେ କ୍ୟାନସର ରୋଗର ୧୭ଟି ଔଷଧ ଶସ୍ତା ହେବ । କ୍ୟାନସର ଓ ମଧୁମେହ ଭଳି ୭ଟି ଗମ୍ଭୀର ରୋଗର ଔଷଧ ଶସ୍ତା ହେବ । ମୋବାଇଲ, ମାଇକ୍ରୋ ଓଭେନ ଓ କପଡ଼ା ଶସ୍ତା ହେବ । ସେହିପରି ଚମଡ଼ାରୁ ପ୍ରସ୍ତୁତ ବ୍ୟାଗ ଓ ଜୋତା ଶସ୍ତା ହେବ । ସୌରଚାଳିତ ବସ୍ତୁ, ସି-ଫୁଡ, ଇଭି ବ୍ୟାଟେରି ଶସ୍ତା ହେବ । ବାୟୋ ସିଏନଜି ଗ୍ୟାସ ଶସ୍ତା ହେବ ।
ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତର ନବମ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ।
Powered by Froala Editor