ମଧୁମେହ ଏବଂ କର୍କଟ ଔଷଧ ହେବ ଶସ୍ତା
ନୂଆଦିଲ୍ଲୀ: ଶସ୍ତା ହେବ କର୍କଟ ଏବଂ ମଧୁମେହ ଔଷଧ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ ଭାଷଣରେ କହିଛନ୍ତି ଯେ ଦେଶରେ ବାୟୋଫାର୍ମା ସ୍ୟୁଟିକାଲ୍ କ୍ଷେତ୍ରର ବିକାଶ ଦ୍ୱାରା କର୍କଟ ଏବଂ ମଧୁମେହ ଭଳି ଗମ୍ଭୀର ରୋଗର ଔଷଧ ଶସ୍ତା ହେବ । ସୀତାରମଣ ୧୦,୦୦୦ କୋଟିର ଏସ୍ଏମ୍ଇ ଅଭିବୃଦ୍ଧି ପାଣ୍ଠି ମଧ୍ୟ ଘୋଷଣା କରିଥିଲେ । ସେ କହିଛନ୍ତି ଯେ ସରକାର ଭବିଷ୍ୟତରେ ନିଯୁକ୍ତି ସୃଷ୍ଟି କରିବା ଏବଂ ଚୟନିତ ମାନଦଣ୍ଡ ଆଧାରରେ ଉଦ୍ୟୋଗ ଗୁଡ଼ିକୁ ଉତ୍ସାହିତ କରିବା ପାଇଁ ୧୦,୦୦୦ କୋଟି ଟଙ୍କାର ଏକ ସମର୍ପିତ ଏସ୍ଏ ମ୍ଇ ଅଭିବୃଦ୍ଧି ପାଣ୍ଠି ଆରମ୍ଭ କରିବାକୁ ପ୍ରସ୍ତାବ ରଖିଛନ୍ତି ।
ମୋଦି ସରକାରଙ୍କ ତୃତୀୟ ପାଳିର ପୂର୍ଣ୍ଣାଙ୍ଗ ବଜେଟ୍ ସଂସଦରେ ଉପସ୍ଥାପନ ହୋଇଛି । ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି।
Powered by Froala Editor