୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକସଂଖ୍ୟା ଥିବା ସହର ପାଇଁ ଯୋଜନା, ଟାୟାର-୧, ଟାୟାର-୨ ସିଟି ଘୋଷଣା
ନୂଆଦିଲ୍ଲୀ: ବଜେଟରେ ୫ ଲକ୍ଷରୁ ଊଦ୍ଧ୍ୱର୍ ଲୋକସଂଖ୍ୟା ଥିବା ସହର ପାଇଁ ଯୋଜନା କରାଯାଇଛି । ଟାୟାର-୧, ଟାୟାର-୨ ସିଟି ନେଇ ଘୋଷଣା କରାଯାଇଛି । ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମୋଦୀ ସରକାରରେ ନିର୍ମଳାଙ୍କର ଏହା ନବମ ବଜେଟ ଉପସ୍ଥାପନ । କର୍ତ୍ତବ୍ୟ ଭବନରେ ଏହା ଆମର ପ୍ରଥମ ବଜେଟ ବୋଲି ନିର୍ମଳା କହିଛନ୍ତି । ବିଗତ ୧୧ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ତଥ୍ୟ ରଖୁଛନ୍ତି ଅର୍ଥମନ୍ତ୍ରୀ । ଚଳିତ ବର୍ଷ ବଜେଟ ଯୁବଶକ୍ତି ବଜେଟ ହେବାକୁ ଯାଉଛି, ବିକଶିତ ଭାରତ ଲକ୍ଷ୍ୟ ନେଇ ଦେଶ ଆଗକୁ ବଢୁଛି ।
ନିର୍ମଳା କହିଛନ୍ତି ଯେ ଆମର ପ୍ରଥମ କର୍ତ୍ତବ୍ୟ ହେଉଛି ସବ୍କା ସାଥ୍ ସବ୍କା ବିକାଶ, ଆମ ସରକାର ନିଯୁକ୍ତି ଓ ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ଵ ଦେଉଛି ।
Powered by Froala Editor