୧୨ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ
୧୦ଟି ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ରାଜ୍ୟ ସମବାୟ ନୀତିକୁ କ୍ୟାବିନେଟ୍ରେ ମଞ୍ଜୁରୀ ମିଳିଛି। ଜଳସମ୍ପଦ ବିଭାଗର ଡାଇଭର୍ସନ ସିଷ୍ଟମ ପାଇଁ ୩୬୨ କୋଟି ମଞ୍ଜୁର ହୋଇଛି। ଦୁବାଇ ସିଙ୍ଗାପୁର ପାଇଁ ମାର୍ଚ୍ଚ ଯାଏ ବିମାନ ସେବା ଜାରି ରହିବ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି।
ରାଜ୍ୟ ସମବାୟ ନୀତି ୨୦୨୬କୁ କ୍ୟାବିନେଟର ଅନୁମୋଦନ ମିଳିଛି। ନୂଆ ନୀତିରେ ସମବାୟ ଭିତ୍ତିଭୂମି ଓ ଟେକ୍ନୋଲୋଜିର ପ୍ରୟୋଗକୁ ମିଳିଛି ଗୁରୁତ୍ବ। ଢେଙ୍କାନାଳର ଗଜମରାରେ ହେବ ଇଣ୍ଟିଗ୍ରେଟେଡ଼ ନ୍ୟୁ-ଏଜ୍ ମ୍ୟାନୁଫାକଚରିଂ କମ୍ପ୍ଲେକ୍ସ। କଲ୍ୟାଣୀ ଗୃପ ଏଥିରେ ୧୭ ହଜାର ୨୫୦କୋଟି ଟଙ୍କା ନିବେଶ କରିବ। ଏହି ପ୍ରକଳ୍ପ ଦ୍ଵାରା ୧୨ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କଞ୍ଚାମାଲରୁ ଷ୍ଟିଲ, ଷ୍ଟିଲରୁ ବିଭିନ୍ନ ପ୍ରଡ଼କ୍ଟ ବାହାରିବ। ଟିଟାନିୟମ, ସ୍ପେସାଲ ଷ୍ଟିଲ, ଅଟୋ କମ୍ପୋନେଣ୍ଟ, ଏରୋସ୍ପେଶ, ପ୍ରତିରକ୍ଷା ସାମଗ୍ରୀଏଠାରେ ତିଆରି ହେବ। ଡାଉନଷ୍ଟ୍ରିମ ଇଣ୍ଟଷ୍ଟ୍ରୀକୁ ମିଳିବ ପ୍ରୋତ୍ସାହନ। ରାଜ୍ୟ କ୍ୟାବିନେଟରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି।
ଏହା ସହ ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଅଧ୍ୟକ୍ଷ ଏବଂ ସଦସ୍ୟ ନିଯୁକ୍ତି ସଂପର୍କିତ ପ୍ରସ୍ତାବ ବି କ୍ୟାବିନେଟରେ ପାରିତ ହୋଇଛି। ଓପିଏସସି ଢାଞ୍ଚାରେ ଏହି ଆୟୋଗରେ ଅଧ୍ୟକ୍ଷ ଏବଂ ସଦସ୍ୟ ନିଯୁକ୍ତି ହେବେ ।
Powered by Froala Editor