ରାଜ୍ୟରେ ଯେଉଁ ସ୍ଥିତି ରହିଛି, ନବୀନ ପୁଣି ମୁଖ୍ୟମନ୍ତ୍ରୀ ହେଲେ ସୁଧୁରିବ: କଳିକେଶ
ଭୁବନେଶ୍ୱର: ବିଜେଡିର ଉତ୍ତରାଧିକାରୀ ଚର୍ଚ୍ଚା ଭିତରେ ଆଜି କଳିକେଶ ସିଂହଦେହଓ ନବୀନ ନିବାସରେ ବିଜେଡି ସଭାପତିଙ୍କୁ ଭେଟିବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ନବୀନଙ୍କ ପରେ କୌଣସି ଲିଡରସିପର ପ୍ରଶ୍ନ ଉଠୁନି । ଦ୍ୱିତୀୟ ନେତୃତ୍ୱର କୌଣସି ପ୍ରଶ୍ନ ଉଠୁନି । ନବୀନଙ୍କ ସହ ପୂରା ବିଜୁ ଜନତା ଦଳ ରହିଛି । ଦଳ ଯାହା ଦାୟିତ୍ୱ ଦେଇଛି ତାହା ମୁଁ ସୂଚାରୁଭାବେ ପାଳନ କରୁଛି । ବହୁତ ଦିନ ହେଲା ନବୀନ ବାବୁଙ୍କୁ ଭେଟିନଥିଲି । ଆଜି ଭେଟିଲି । ବଲାଙ୍ଗୀର ଜିଲ୍ଲାର ସାଙ୍ଗଠନିକ ସ୍ଥିତି ଉପରେ ଆଲୋଚନା ହେଲା । ଜିଲ୍ଲାର ଚାଷୀଙ୍କ ସମସ୍ୟା ବିଷୟରେ ଆଲୋଚନା କଲୁ । କୌଣସି ପ୍ରକାର ନିର୍ଦ୍ଧିଷ୍ଟ ବିଷୟରେ ଆଲୋଚନା ହୋଇନି । ରାଜ୍ୟରେ ଯେଉଁ ସ୍ଥିତି ରହିଛି, ନବୀନ ପୁଣି ମୁଖ୍ୟମନ୍ତ୍ରୀ ହେଲେ ସୁଧୁରିବ । ନବୀନ ୨୪ ବର୍ଷ ଧରି ରାଜ୍ୟକୁ ଗୋଲଡେନ ପିରିୟଡ ଦେଇଛନ୍ତି । ଦଳ ଯାହା ଦାୟିତ୍ୱ ଦେବ ତାହା ନିର୍ବାହ କରିବି ବୋଲି କଳିକେଶ କହିଛନ୍ତି ।
ଶନିବାର ପୂର୍ବାହ୍ନରେ କଳିକେଶ ନବୀନ ନିବାଦରେ ପହଞ୍ଚିଥିଲେ। ଯାହା ପରେ କଳିକେଶଙ୍କୁ ବଡ଼ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା। କଳିକେଶଙ୍କୁ ନେତୃତ୍ୱ ଦେବାକୁ ଦିବ୍ୟଶଙ୍କର ମିଶ୍ର ଓ ଦେବେଶ ଆଚାର୍ୟ୍ୟ ସୁପାରିସ କରିଥିଲେ।
Powered by Froala Editor