ନବୀନଙ୍କୁ କଳିକେଶ ସିଂହଦେଓ ସାକ୍ଷାତ କରିବା ପ୍ରସଙ୍ଗରେ ନିଜର ପ୍ରତିକ୍ରିୟାରେ ଏହା କହିଲେ ଦେବୀ ମିଶ୍ର
ଭୁବନେଶ୍ୱର: ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ କଳିକେଶ ନାରାୟଣ ସିଂହଦେଓ ସାକ୍ଷାତ କରିବା ପ୍ରସଙ୍ଗରେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ କଳିକେଶ ଆମ ଦଳର ନେତା । ସେ ନବୀନଙ୍କୁ ଭେଟିବାରେ କୌଣସି ଅସୁବିଧା ନାହିଁ ।
ପ୍ରକାଶ ଯେ ନବୀନ ନିବାସରେ କଳିକେଶ ନାରାୟଣ ସିଂହଦେଓ । କଳିକେଶଙ୍କୁ ବଡ଼ ଦାୟିତ୍ୱ ମିଳିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଶନିବାର କଳିକେଶ ନବୀନ ନିବାସରେ ପହଞ୍ଚି ଥିବାବେଳେ ତାଙ୍କ ସାଙ୍ଗରେ ଅଛନ୍ତି ଦେବୀ ମିଶ୍ର ଓ ପ୍ରତାପ ଜେନା ।
Powered by Froala Editor