ଯୋରନ୍ଦା ମେଳା ଆଜିଠାରୁ ଆରମ୍ଭ
ଢେଙ୍କାନାଳ: ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା ଆଜିଠାରୁ ଆରମ୍ଭ ହେବ। ଏଥିପାଇଁ ଯୋରନ୍ଦା ପୀଠ ଚଳଚଞ୍ଚଳ ହୋଇପଡିଛି। ଯୋରନ୍ଦାରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଗାଦିମନ୍ଦିର ପରିସରରେ ଯୋରନ୍ଦା ମେଳା ସମୟରେ ଲାଗୁଥିବା ଛତ୍ରିକୁ ୫୦ବର୍ଷ ପରେ ପରିବର୍ତ୍ତନ କରାଯାଇଛି। ସନ୍ଧ୍ୟାରେ ଏକ ନୂତନ ଛତ୍ରି ଲାଗି କରାଯାଇଛି। ତିନି ପୁରୁଷ ଧରି ମହିମାଗାଦିକୁ ଛତ୍ରି ଯୋଗାଇ ଆସୁଥିବା ଇଶ୍ୱର ସାହୁଙ୍କ ପରିବାର ମହିମା ଗାଦିକୁ ଛତ୍ରି, ମକର ତ୍ରୋଣ, ଅଣେଣୀ ଯୋଗାଇ ଦେଇଆସୁଛନ୍ତି। ତୃତୀୟ ପୁରୁଷ ଭାବେ ଦୁଇଭାଇ ଗୋକୁଳାନନ୍ଦ ସାହୁ ଓ ଦେବ ସାହୁ ଏହି ଛତ୍ରି ପ୍ରସ୍ତୁତ କରି ପ୍ରଦାନ କରିଛନ୍ତି। ଯୋରନ୍ଦା ମେଳାରେ ନୂତନ ଆକର୍ଷଣ ପାଲଟିବ ଏହି ଛତ୍ରି ବୋଲି ସତ୍ୟ ମହିମା ଧର୍ମଧାମ ପରିଚାଳନାର ସମ୍ପାଦକ ବାବା ନିତ୍ୟାନନ୍ଦ ଦାସ ପ୍ରକାଶ କରିଛନ୍ତି।
Powered by Froala Editor