ଅନୁଭବଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ
ଭୁବନେଶ୍ୱର: ଅଭିନେତା ଅନୁଭବ ମହାନ୍ତିଙ୍କ ପାଇଁ ବଢ଼ିଲା ଅଡ଼ୁଆ । କାରଣ ମାନ୍ୟବର ହାଇକୋର୍ଟ ଅନୁଭବଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । କେବଳ ସେତିକି ନୁହେଁ ଅନୁଭବଙ୍କ ବିରୋଧରେ ମାମଲା ଚାଲିବ ବୋଲି ହାଇକୋର୍ଟ କହିଛନ୍ତି ।
ଅନୁଭବ ଓ ତାଙ୍କ କର୍ମଚାରୀଙ୍କ ବିରୋଧରେ ବର୍ଷା ଏତଲା ଦେଇଥିଲେ । ଅନୁଭବଙ୍କ ଘରେ ଥିବାବେଳେ ମାନସିକ ନିର୍ଯାତନା ପାଉଥିଲେ ବୋଲି ବର୍ଷା ତାଙ୍କ ଏତଲାରେ ଉଲ୍ଲେଖ କରିଥିଲେ । ତେବେ ନିମ୍ନ ଅଦାଲତରେ ଚାଲିଥିବା ମାମଲାକୁ ଖାରଜ କରିବା ପାଇଁ ଅନୁଭବ ହାଇକୋର୍ଟରେ ଆବେଦନ କରିଥିଲେ । ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଅନୁଭବ ହାଇକୋର୍ଟ ଯାଇଥିଲେ। ଆବେଦନ ଖାରଜ ପରେ ଏବେ ଆଇନଗତ କାର୍ୟ୍ୟାନୁଷ୍ଠାନ ସାମ୍ନା କରିବେ ଅନୁଭବ।
Powered by Froala Editor