ଯବାନଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣା ଗ୍ରସ୍ତ, ୨୮ଯବାନ ଆହତ
କେନ୍ଦୁଝର: ଚମ୍ପୁଆ ଥାନା ତଡୁଆବାହାଳ ନିକଟରେ ୫୨୦ ଜାତୀୟ ରାଜପଥ ଉପରେ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ଓଆଇଏସଏଫ୍) ଯବାନଙ୍କୁ ନେଇ ଗୁଆଲିରୁ ଘଟଗାଁ ଯାଉଥିବା ଏକ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ବସକୁ ପଛରୁ ଧକ୍କା ଦେଇ ଫେରାର ହୋଇଯାଇଛି ଟ୍ରକ। ଭାରସାମ୍ୟ ହରାଇ ବସଟି ଆଗରେ ଯାଉଥିବା ଅନ୍ୟ ଏକ ଟ୍ରକ ପଛରେ ପିଟି ହେବାରୁ ଗାଡ଼ିରେ ବସିଥିବା ସମସ୍ତ ଯବାନ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୧୦ଜଣ ଗୁରୁତର ହୋଇଛି । ଆହତମାନଙ୍କୁ ଚମ୍ପୁଆ ଡାକ୍ତରଖାନା ଓ ବାସୁଦେବପୁର ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ୨୮ ଜଣ ଯବାନଙ୍କୁ ନେଇ ଏହି ବସଟି ଘଟଗାଁ ସ୍ଥିତ ଆନୁଆଲ କୋର୍ସ ଫାଇରିଙ୍ଗ ପରୀକ୍ଷା କେନ୍ଦ୍ରକୁ ଯାଉଥିବା ବେଳେ ଘଟିଛି ଘଟଣା ।
ଖବର ପାଇ ଚମ୍ପୁଆ ପୁଲିସ ଘଟଣାସ୍ଥଳରେ ପହଂଚି ଆହତମାନଙ୍କୁ ଡାକ୍ତରଖାନା ପଠାଇ ତଦନ୍ତ ଆରମ୍ଭ କରିଛି।
Powered by Froala Editor