ଏନକାଉଣ୍ଟର: ଦୁଇ କୁଖ୍ୟାତ ମାଓବାଦୀ ନିହତ
ମାଲକାନଗିରି: ଭୁଶୁଡୁଛି ଲାଲଗଡ, ଖାଲି ହେଉଛି ମାଓକ୍ୟାମ୍ପ । ମାଲକାନଗିରି ଜିଲା ଛତିଶଗଡ ସିମାନ୍ତ ବିଜାପୁର ଜିଲାରେ ପୁଣି ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ କୁଖ୍ୟାତ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଦକ୍ଷିଣ ବିଜାପୁର ଅଞ୍ଚଳର କାଭରଗଟ୍ଟା ଏନକାଉଣ୍ଟର ସ୍ଥଳରୁ କୁଖ୍ୟାତ ମାଓବାଦୀ ଏସିଏମ୍ ପ୍ରଦୀପ ଓ ଭୀମାଙ୍କ ମୃତ ଦେହ ଉଦ୍ଧାର ହୋଇଛି । କଭରଗଟ୍ଟା ପଞ୍ଚାୟତର ପୂର୍ବତନ ସରପଞ୍ଚ ଭୀମା ମାଡକାମଙ୍କ ହତ୍ୟା ଘଟଣାରେ ସାମିଲ ଥିଲେ ଏହି ଦୁଇ ମାଓବାଦୀ । ଘଟଣା ସ୍ଥଳରୁ ଗୋଟିଏ ଏକେ-୪୭ ବନ୍ଧୁକ, ଗୋଟିଏ ୯ ଏମ୍ଏମ୍ ପିସ୍ତଲ, ଅଫୁଟା ଗୁଳି, ବିସ୍ଫୋରକ ସହ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି ।
ଯାହାକୁ ଆଧାର କରି ଡିଆରଜି ଓ ସିଆରପିଏଫ୍ ବାହିନୀ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ । ନିହତ ମାଓବାଦୀ ପ୍ରଦୀପ ଓରଫ ଜଗାର ମୁଣ୍ଡ ଉପରେ ପୁର୍ବରୁ ପାଞ୍ଚ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିବା ବେଳେ ଭୀମା ଭେକୋ ମୁଣ୍ଡ ଉପରେ ଦୁଇ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା।
Powered by Froala Editor